26.1 C
Bhubaneswar
Thursday, April 30, 2026
Homeଓଡିଶାଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ରାଜା ସାହାଣୀ

ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ରାଜା ସାହାଣୀ

କଟକ : ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଗଲା ଅଭିଯୁକ୍ତ ରାଜା ସାହାଣୀ। ଷ୍ଟେସନରେ ଉଠିଥିଲା ରାଜାର ଫଟୋ। ଋଷିକେଶ ବୁଲିବାକୁ ଯାଇ ଧରାପଡ଼ିଗଲା। ଷ୍ଟେସନର ଫଟୋ ଦେଖି ଚିହ୍ନିଥିଲା କମିଶନରେଟ ପୁଲିସ। ଆନ୍ତଃରାଜ୍ୟ ଡକାୟତ ରାଜାକୁ ଧରାଇଦେଲା ଫଟୋ। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନର ଫଟୋ ମିଳିଥିଲା। ସେଠାରେ ବୁଲୁଥିବା ବେଳେ ରାଜାଙ୍କ ଫଟୋ ଉଠିଥିଲା। ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ଯାଇ ଧରାପଡ଼ିଥିଲେ।ସୂଚନାନୁଯାୟୀ, ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ପୁଲିସ ଗିରଫ କରିଥିଲା। ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। ରାଜା ସାହାଣୀ ୦୩.୧୦.୨୫ରେ ଚୌଦ୍ୱାର ଜେଲରୁ ଖସି ପଳାଇଥିଲା। ରାଜାକୁ ଋଷିକେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ କଟକ ଆଣିଛି କମିଶନରେଟ ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking