39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ, ୭ ମୃତ

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ, ୭ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷାର ବିତ୍ପାତ ଜାରି ରହିଛି । ଇଟାବା ଜିଲ୍ଲାରେ ବୁଧବାର ରାତିରେ ବର୍ଷା ଲଗାତାର ଜାରି ରହିଛି । ବର୍ଷା ପାଇଁ ଜନପଦ ଅଞ୍ଚଳର ୩ଟି ସ୍ଥାନରେ କାନ୍ଥ ଭୁଶୁଡି ସାତ ଜଣଙ୍କ ଜୀବନ ଚାଲି ଯାଇଛି । ଘଟଣା ପରେ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏହି ୩ଟି ଦୁଃଖଦ ଘଟଣରୁ ପ୍ରଥମ ଘଟଣାଟି ସିବିଲ ଅଞ୍ଚଳର ଚନ୍ଦ୍ରପୁରା ଗାଁରେ ଘଟିଛି । ଏଠାରେ କାନ୍ଥ ଭୁଶୁଡି ଜେଜେ ମାଆ ସହ ଶୋଇଥିବା ଅବସ୍ଥାରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ୨ୟ ଘଟଣାଟି ଇକଦିଲ ଥାନା କୃପାପଲାପୁର ଗାଁରେ ଘଟିଛି ।

ଏଠାରେ କାନ୍ଥ ଭୁଶୁଡି ବୃଦ୍ଧଦମ୍ପତିଙ୍କ ମୃତ୍ୟୁ ଘଟିଛି । ୩ୟ ଘଟଣା ମହେବା ବ୍ଲକ ନିକଟ ଅଞ୍ଚଳରେ ଘଟିଛି । ଏଠାରେ ମଧ୍ୟ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷା କାରଣରୁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପୁଲିସ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚି ସଠିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking