40.1 C
Bhubaneswar
Thursday, April 25, 2024
Homeଅପରାଧଯୌତୁକ ପାଇଁ ବୋହୂକୁ ନିର୍ଯାତନା, ପାଇଖାନାରେ ରଖି ଗରମ ପାଣି ଢାଳି ଦେଉଥିଲେ

ଯୌତୁକ ପାଇଁ ବୋହୂକୁ ନିର୍ଯାତନା, ପାଇଖାନାରେ ରଖି ଗରମ ପାଣି ଢାଳି ଦେଉଥିଲେ

ଡେରାଡୁନ: ପ୍ରତାପନଗରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯୌତୁକ ପାଇଁ ବୋହୂକୁ ଶାଶୁଘର ଲୋକଙ୍କ ଅକଥନୀୟ ଅତ୍ୟାଚାର । ଅଭିଯୋଗ ଅନୁସାରେ, ମହିଳାଙ୍କୁ ବନ୍ଦ କୋଠରୀରେ ରଖି ମାନସିକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । କେବଳ ସେତିକି ନୁହେଁ ପାଇଖାନାରେ ତାଲା ପକାଇ ବିନା ଖାଦ୍ୟ ଓ ବିନା ପାଣିରେ ଅନ୍ଧାର ଗୃହରେ ବନ୍ଦୀ କରାଯାଇଥିଲା ମହିଳାଙ୍କୁ । କେବଳ ଏତିକିରେ ସୀମିତ ନଥିଲା ନିର୍ଯାତନା ଶାଶୁଘର ଲୋକେ ମହିଳାଙ୍କ ଉପରକୁ ଗରମପାଣି ପକାଇବା ସହ ଗରମ ତାୱାରେ ଚେଙ୍କ ମଧ୍ୟ ଦେଉଥିଲେ । ଉତ୍ତରାଖଣ୍ଡର ପ୍ରତାପନଗରରୁ ରିଣ୍ଡୋଲ ଗ୍ରାମରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

ଏହି ଘଟଣାରେ ଉତ୍ତରାଖଣ୍ଡ ମହିଳା ଆୟୋଗର ହସ୍ତକ୍ଷେପ ପରେ ଶାଶୁ ସୁଭଦ୍ରା ଦେବୀ ଓ ନଣନ୍ଦ ଜୟା ଜାଗୁଡିଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଆୟୋଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଆୟୋଗର ସଭାପତି କୁସୁମ କାଣ୍ଡୱାଲ କହିଛନ୍ତି ଯେ, ପୀଡିତା ପ୍ରୀତିଙ୍କୁ ବନ୍ଧକ ରଖି ତାଙ୍କ ଶାଶୁ ତାଙ୍କୁ ଅତି ନିର୍ମମ ଭାବେ ପିଟୁଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ପୀଡିତାଙ୍କୁ ଚିକିତ୍ସା ପାଇଁ କରୋନେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶାଶୁ ଓ ନଣନ୍ଦ ଉଭୟେ କୃରତାର ସମସ୍ତ ସୀମା ଅତିକ୍ରମ କରି ବୋହୂର ଶରୀରର ପ୍ରାୟ ୨୦ଟି ସ୍ଥାନରେ ଜାଳି ଦେଇଛନ୍ତି । ଯେତେବେଳେ ମହିଳାଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ସେତେବେଳେ ପ୍ରୀତିଙ୍କୁ ବିନା ପୋଷାକରେ ରୋଷେଇ ଘରେ ବନ୍ଦୀ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking