34.1 C
Bhubaneswar
Thursday, March 20, 2025
Homeଓଡିଶାସବୁ ଜିଲ୍ଲାକୁ ରେଳ ସଂଯୋଗୀକରଣ ସର୍ବୋଚ୍ଚ ପ୍ରାଥମିକତା: ରାଜ୍ୟପାଳ

ସବୁ ଜିଲ୍ଲାକୁ ରେଳ ସଂଯୋଗୀକରଣ ସର୍ବୋଚ୍ଚ ପ୍ରାଥମିକତା: ରାଜ୍ୟପାଳ

ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ ।   ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ୱରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ  ଅଫ ଅନର ପରେ  ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି  ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ସବୁ ଜିଲ୍ଲାକୁ ରେଳ ସଂଯୋଗୀକରଣ ସବୁଠୁ ପ୍ରାଥମିକତା । କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖି ଆଗକୁ ବଢୁଛି ରାଜ୍ୟ ।ଖୋର୍ଦ୍ଧା ରୋଡ – ବଲାଙ୍ଗୀର ଲାଇନ ଭଳି ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ଜୟପୁର – ନବରଙ୍ଗପୁର, ଜୟପୁର –ମାଲକାନଗିରି ରେଳ ଲାଇନ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉଛି । ଅଣବିକଶିତ ଅଞ୍ଚଳ ସହ ରେଳ ସଂଯୋଗକୁ ପ୍ରାଥମିକତା ଦିଆଯାଉଛି ।  ସେହିପରି ଗୋପବନ୍ଧୁ ଆରେଗ୍ୟ ଯୋଜନା କାଯ୍ୟକାରୀ କରୁଛନ୍ତି ସରକାର । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାସଲେସ ସ୍ୱାସ୍ଥ୍ୟ ବୀମା  ରହିଛି । ଏହି ଯୋଜନାରେ ମହିଳାଙ୍କୁ ଅତିରିକ୍ତ  ୫ ଲକ୍ଷ ଦିଆଯାଉଛି । ଓଡିଶା ସମେତ ୧୭ ରାଜ୍ୟର ୯୦୦ରୁ ଅଧିକ ହସ୍ପିଟାଲରେ ମିଳୁଛି ସେବା । ଆୟୁଷ୍ମାନ  ଭାରତ- ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ ଓଡିଶା ।  ୨୯ ହଜାରରୁ ଅଧିକ ମେଡିକାଲରେ ୩.୫ କୋଟି ଲୋକଙ୍କ ପାଇଁ ସୁବିଧା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking