25.1 C
Bhubaneswar
Tuesday, March 18, 2025
Homeଓଡିଶାସ୍ନାତକ ଓ ଉଚ୍ଚଶିକ୍ଷା ଦିବ୍ୟାଙ୍ଗଙ୍କୁ ମାଗଣା ଲାପଟପ : ରାଜ୍ୟସରକାର 

ସ୍ନାତକ ଓ ଉଚ୍ଚଶିକ୍ଷା ଦିବ୍ୟାଙ୍ଗଙ୍କୁ ମାଗଣା ଲାପଟପ : ରାଜ୍ୟସରକାର 

ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ ।   ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ୱରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ  ଅଫ ଅନର ପରେ  ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି  ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ପ୍ରାକ ବିଦ୍ୟାଳୟ ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯାଉଛି । ସାମାଜିକ ସୁରକ୍ଷା ପେନସନରେ ୫୭ ଲକ୍ଷ ଲୋକ ଅନ୍ତର୍ଭୁକ୍ତ ଅଛନ୍ତି ।  ମଧୁବାବୁ ପେନସନ ଯୋଜନାରେ କରୋନା ପୀଡିତ ଅନାଥ ଶିଶୁ ସାମିଲ ଅଛନ୍ତି । ବିଧବାଙ୍କ ପାଇଁ ମଧ୍ୟ ପେନସନ ବ୍ୟବସ୍ଥା ରହିଛି । ୨୦୨୫ ଜାନୁଆରୀରୁ ବାର୍ଦ୍ଦକ୍ୟ ଭତ୍ତା ବଢିଛି । ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୩୫୦୦ ଟଙ୍କା ଭତ୍ତା ମିଳୁଛି ।  ସ୍ନାତକ ଓ ଉଚ୍ଚଶିକ୍ଷା ପଢୁଥିବା ଦିବ୍ୟାଙ୍ଗଙ୍କୁ ମାଗଣା ଲାପଟପ ମିଳିବ । ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଉଛି । ୬, ୮୧୫ ପିଲାଙ୍କ ପାଇଁ ୧୦୪ଟି ସ୍କୁଲ ଓ ଗୋଟିଏ କଲେଜ ଚାଲିଛି । ୨୯, ୨୩୩ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ବୃତ୍ତି ପ୍ରଦାନ କରାଯିବ ।  ୩, ୩୪୯ ଦିବ୍ୟାଙ୍ଗଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି । ଗାଁ , ବ୍ଲକ ଓ ପଞ୍ଚାୟତସ୍ତରରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଶିବିର ରହିଛି । ବରିଷ୍ଠ ନାଗରିକଙ୍କ ପାଇଁ ଅବଦାନ ଓ କିନ୍ନରଙ୍କ କଲ୍ୟାଣ  ପାଇଁ ସ୍ୱୀକୃତି ଯୋଜନା  କାଯ୍ୟକାରୀ ହେବ । ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ନିର୍ମାଣ ଶ୍ରମିକଙ୍କ ଅନୁକମ୍ପା ରାଶି ବୃଦ୍ଧି ହୋଇଛି । ୪ ଲକ୍ଷରୁ ୬ ଲକ୍ଷ କୁ ବୃଦ୍ଧି କରିଛନ୍ତି ସରକାର । ସ୍ୱାଭାବିକ କ୍ଷେତ୍ରରେ ୨ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରାଯାଇଛି ।  ଭିକ୍ଷୁକ ଓ ନିରାଶ୍ରୟଙ୍କ କଲ୍ୟାଣ ଓ ଥଇଥାନ ପାଇଁ ସହାୟ ଯୋଜନା ରହିଛି । ଆଗାମୀ ବର୍ଷ ଗୁଡିକରେ ମଧ୍ୟ ଏହା ବଳକା ରହିବ । ୨୪ ଘଣ୍ଟା ନିରବିଚ୍ଚିନ୍ନ ବିଦ୍ୟୁତ ସେବାକୁ ଗୁରୁତ୍ୱ ଦିଆଯାଉଛି । ନିର୍ଭର ଯୋଗ୍ୟ  ବିଦ୍ୟୁତ ସେବା ସୁନିଶ୍ଚିତ କରିବା ପାଇଁ   ସରକାର ପ୍ରତିବଦ୍ଧ ଅଟେ । ଓଡିଶାରେ ଏବେ ବଳକା ବିଜୁଳି ରହିଛି । ରାଜ୍ୟରେ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking