28.1 C
Bhubaneswar
Saturday, April 27, 2024
Homeଓଡିଶାହାତୀ ବେକରେ ରେଡିଓ କଲାର

ହାତୀ ବେକରେ ରେଡିଓ କଲାର

ଭୁବନେଶ୍ୱର:ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ହାତୀପଲ ଖାଦ୍ୟ ଅନ୍ୱେଷଣରେ ସେ ରହୁଥିବା ପାଖ ଅଞ୍ଚଳ ଗୁଡିକୁ ଚାଲି ଆସନ୍ତି । ଯାହା ଫଳରେ ଫସଲ ନଷ୍ଟ ହେବା ସହ କେତେକ ଲୋକଙ୍କୁ ମଧ୍ୟ ଦଳି ଦେଉଛନ୍ତି । ତେବେ ଚାଷୀ ଏବଂ ଅଞ୍ଚଳବାସୀ ମାନେ ହାତୀପଲଙ୍କ ଠାରୁ ରକ୍ଷା ପାଇବା ପାଇଁ ପ୍ରାୟ ଲୋକ ଚାଷ ଜମି ମାନଙ୍କରେ ବିଦ୍ୟୁତ ସଂଯୋଗ କରିଥାଆନ୍ତି ଯାହାଫଳରେ ହାତୀ ମାନେ ସେହି ବିଦ୍ୟୁତ ସଂସ୍ପର୍ଷରେ ଆସି ସେମାନଙ୍କରେ ମୃତ୍ୟୁ ହୋଇଥାଏ । ତେବେ ଏହିଭଳି କାରଣ ଯୋଗୁଁ ହାତୀଙ୍କ ସଂଖ୍ୟା କମିବାକୁ ଲାଗିବାବେଳେ ଅଞ୍ଚଳବାସୀ ମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି । ତେବେ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ହାତୀଙ୍କ ସୁରକ୍ଷା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ କରୁଛନ୍ତି ।
ବ୍ରହ୍ମପୁର ଓ କନ୍ଧମାଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ହେବ ହାତୀ ଅଭୟାରଣ୍ୟ । ଦୂରରୁ ହାତୀର ଶଦ୍ଦ ଶୁଣି ଲୋକଙ୍କୁ ସତର୍କ କରାଯିବା ଲାଗି ବ୍ୟବସ୍ଥା ହେବ । ହାତୀ ଶଦ୍ଦ ଶୁଣିପାରିବା ଲାଗି ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ । ଏହି ସୁରକ୍ଷାରେ ଟେକ୍ନୋଲୋଜି ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯାଇଛି । ଜଙ୍ଗଲରେ ଦୁର୍ଦ୍ଦାନ୍ତ ହୋଇ ବୁଲୁଥିବା ହାତୀଙ୍କ ବେକରେ ରେଡିଓ କଲାର ଲାଗିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରି ଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking