33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାନୁ ମଣ୍ଡଳଙ୍କ ଏହି ଗୀତ ଚଳିତ ବର୍ଷ ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ.......

ରାନୁ ମଣ୍ଡଳଙ୍କ ଏହି ଗୀତ ଚଳିତ ବର୍ଷ ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ…….

ନୂଆଦିଲ୍ଲୀ : ଗୁଗୁଲ୍‌ ଟ୍ରେଣ୍ଡ ମାଧ୍ୟମରେ ବର୍ଷର ସର୍ବାଧିକ ସର୍ଚ୍ଚ କରାଯାଇଥିବା ପ୍ରସଙ୍ଗକୁ ଆଗରୁ ଉପସ୍ଥାପନ କରାଯାଇଛି । ଏହାକୁ ବିଭିନ୍ନ କାଟାଗୋରୀରେ ବିଭକ୍ତ କରାଯାଇଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଗୀତ ମଧ୍ୟରେ ରାନୁ ମଣ୍ଡଳଙ୍କ ଗୀତ ସ୍ଥାନ ପାଇଛି । ଚଳିତ ବର୍ଷର ସର୍ବାଧିକ ସର୍ଚ୍ଚ କରାଯାଇଥିବା ଗୀତ ହେଉଛି ମାରଓ୍ୱାଡି ଗୀତ ଲେ ଫଟୋ ଲେ । ଏହା ତଳକୁ ରହିଛି ରନୁ ମଣ୍ଡଙ୍କର ଗୀତ ତେରି ମେରି କାହାନୀ । ହିମେଶ ରେଶମେୟା ଓ ରାନୁ ମଣ୍ଡଳ ଏହି ଗୀତକୁ ଗାଇଥିଲେ । ସୂଚନା ଯୋଗ୍ୟ କେବେ ରେଲଓ୍ବେ ଷ୍ଟେସନରେ ଗୀତ ଗାଇ ନିଜ ଗୁଜୁରାଣ ମେଣ୍ଟାଇଥିବା ରାନୁ ମଣ୍ଡଲଙ୍କୁ ଆଜି ସମସ୍ତେ ଜାଣିଛନ୍ତି । ନିଜର ଗୋଟିଏ ଗୀତ ଯୋଗୁଁ ରାତାରାତି ସିଙ୍ଗିଙ୍ଗ୍ ସେନସେସନ୍ ପାଲଟିଥିବା ରାନୁ ରିୟଲିଟି ଶୋରେ ଗୀତ ଗାଇବା ପରେ ଏବେ ଫିଲ୍ମରେ ମଧ୍ୟ ଏଣ୍ଟ୍ରି କରି ସାରିଲେଣି । ତାଙ୍କର ଗୋଟିଏ ଗୀତ ‘ତେରି ମେରି କାହାନୀ’ ରିଲିଜ ହେବା ସହ ଏବେ ଜୋରଦାର ଭାବେ ଭାଇରାଲ ହୋଇଥିଲା । ତାଙ୍କର ଏହି ଗୀତ ହିମେଶ ରେଶମିୟାଁଙ୍କ ଫିଲ୍ମ ‘ ହ୍ୟାପି ହାର୍ଡ଼ି ଆଣ୍ଡ ହୀର’ର ଗୀତ,ଯେଉଁଥିରେ ତାଙ୍କ ସହ ହିମେଶ ରେଶମିୟାଁ ମଧ୍ୟ ଗୀତ ଗାଇଛନ୍ତି।କେବଳ ଗୋଟେ ଭିଡିଓ ଯୋଗୁଁ ସମଗ୍ର ଦେଶ ତାଙ୍କ କଣ୍ଠର ପ୍ରଶଂସା କରୁଛନ୍ତି। ନିଜ କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି।
ତାଙ୍କ ଗୀତ ଏବେ ବଲିଉଡ୍‌ରେ ମଧ୍ୟ ପହଞ୍ଚିଛି। ପ୍ରଥମେ ରାନୁ ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଜୀବନଯାପନ କରୁଥିଲେ। ପୁରୁଣା ଗୀତ ଗାଇ ସେ ରେଲୱେ ଷ୍ଟେସନରେ ଅନେକ ଲୋକଙ୍କ ମନ ଶାନ୍ତ କରୁଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ନଦେଖି ଚାଲିଯାଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking