35 C
Bhubaneswar
Wednesday, June 17, 2026
Homeଓଡିଶାଚାରିମାସ ଶୟନ କରିବେ ଲିଙ୍ଗରାଜ

ଚାରିମାସ ଶୟନ କରିବେ ଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁ ୪ମାସ ପାଇଁ ଶୟନ କରିବେ। ସେହି ଦିନଠାରୁ ଉତ୍‌ଥାପନ ଚର୍ତୁଦ୍ଦଶୀ ପର୍ୟ୍ୟନ୍ତ ରାଜ୍ୟ ଦାୟିତ୍ବ ନେବେ ଶ୍ରୀପର୍ଶୁରାମେଶ୍ବର। ଏହି ଦାୟିତ୍ୱ ଅର୍ପଣ ପାଇଁ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ପର୍ଶୁରାମେଶ୍ବର ମନ୍ଦିରକୁ ଯାତ୍ରା କରିଥିଲେ। ଆଜି ପର୍ଶୁରାମାଷ୍ଠମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାକୁ ସେବାୟତମାନେ ପର୍ଶୁରାମେଶ୍ବର ମନ୍ଦିରକୁ ଯାତ୍ରା କରାଯାଇଥିଲେ। ତେବେ ତାଙ୍କ ସହ ମା’ ପାର୍ବତୀ, ଦେବୀ ଦୁର୍ଗା, ଶ୍ରୀବାସୁଦେବ ଯାତ୍ରା କରିଥିଲେ। ପର୍ଶୁରାମେଶ୍ବରଙ୍କୁ ମହୁ, କ୍ଷୀର ଓ ସୁବାସିତ ଜଳରେ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀଜୀଉଙ୍କ ସହ ପର୍ଶୁରାମେଶ୍ବରଙ୍କ ଭେଟ ଆଳତି ମଧ୍ୟ କରାଯାଇଥିଲା। ରାଜ୍ୟଭାର ସମ୍ଭାଳିବା ପାଇଁ ପର୍ଶୁରାମେଶ୍ବର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ପରେ ଫେରିବା ବେଳେ କେଦାରଗୌରୀ ମନ୍ଦିର ଶ୍ୱଶୁରାଳୟକୁ ଯାତ୍ରା କରିଥିଲେ। ସେଠାରେ ମଧ୍ୟ ମହାପ୍ରଭୁଙ୍କୁ ମୁଆଁ ଭୋଗ ଲାଗି କରିବା ପରେ କେଦାରେଶ୍ୱରଙ୍କ ସହ ଭେଟ ଆଳତି ହୋଇ ମହାଦେବ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking