ଗଜପତି: ଉଡ଼ିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ । ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଝଡ଼ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଗୋବିନ୍ଦପୁର ଓ ଖ୍ରୀଷ୍ଟପୂର୍ ଗାଁରେ ୬ ଜଣଙ୍କ ଘରର ଟିଣ ଚ୍ଛପର ଉଡ଼ିଯାଇଥିବାବେଳେ ପୂତୁଲିପଙ୍କା ଗାଁରେ ମଧ୍ୟ ପ୍ରାୟ ୪ ଜଣ ପରିଵାରର ଟିଣ ଛପର ଉଡ଼ିଯାଇଛି । ସେପଟେ, ଅଶୋକ ନାୟକଙ୍କ ଘର ଉପରେ ଗଛ ଉପୁଡ଼ି ପଡ଼ିବାରୁ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର । ଘର ଉପରେ ଗଛ ପଡି ଘରର କିଛି ଅଂଶ ଭାଙ୍ଗିଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି ।










