37.1 C
Bhubaneswar
Friday, May 15, 2026
Homeଦେଶ ବିଦେଶରାଜଧାନୀ ଦିଲ୍ଲୀରେ କେଦାରନାଥ ଧାମଙ୍କ ନାମରେ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ରହିଛି: ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ

ରାଜଧାନୀ ଦିଲ୍ଲୀରେ କେଦାରନାଥ ଧାମଙ୍କ ନାମରେ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ରହିଛି: ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ

ନୂଆଦିଲ୍ଲୀ: ଦିଲ୍ଲୀର କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ରବିବାର ଶଙ୍କରାଚାର୍ୟ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ରାଜଧାନୀ ଦିଲ୍ଲୀରେ କେଦାରନାଥ ଧାମଙ୍କ ନାମରେ ମନ୍ଦିର ନିର୍ମାଣ କରିବାର ଆବଶ୍ୟକତା କ’ଣ ରହିଛି। କେଦାରନାଥ ଧାମଙ୍କ ସମ୍ମାନ ଏବଂ ଗୁରୁତ୍ୱ ହ୍ରାସ କରିବାକୁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି। ଏଥିସହିତ ସେ ଏକଥା ମଧ୍ୟ କହିଛନ୍ତି କେଦାରନାଥରେ ହୋଇଥିବା ଦୁର୍ନୀତି ପରେ ବର୍ତ୍ତମାନ କେଦାରନାଥ ଦିଲ୍ଲୀରେ ନିର୍ମାଣ ହେବ। ତା’ପରେ ପୁଣି ଏକ ଦୁର୍ନୀତି ହେବ।କେଦାରନାଥରୁ ୨୨୮ କିଲୋଗ୍ରାମ ସୁନାର ପତ୍ତା ମିଳୁନି ବୋଲି ସେ କହିଛନ୍ତ। ଆଜି ପର୍ୟ୍ୟନ୍ତ ଏହା ଉପରେ କୌଣସି ଅନୁସନ୍ଧାନ କରାଯାଇ ନାହିଁ। ଏଥିପାଇଁ କିଏ ଦାୟୀ? ବର୍ତ୍ତମାନ କୁହାଯାଉଛି ଯେ ଦିଲ୍ଲୀରେ କେଦାରନାଥ ନିର୍ମାଣ ହେବ, ଏହା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି, ସେ ମୋ ପାଖକୁ ଆସି ପ୍ରଣାମ କରିଥିଲେ। ଆମର ନିୟମ ଅନୁଯାୟୀ ଆମେ ତାଙ୍କୁ ଆଶୀର୍ବାଦ ଦେଇଥିଲୁ। ନରେନ୍ଦ୍ର ମୋଦୀ ଆମର ଶତ୍ରୁ ନୁହଁନ୍ତି। ଆମେ ତାଙ୍କର ଶୁଭେଚ୍ଛୁ, ସର୍ବଦା ତାଙ୍କ କଲ୍ୟାଣ ଚାହୁଁ। ଯଦି ତାଙ୍କ ଦ୍ବାରା କୌଣସି ଭୁଲ ହୁଏ ଆମେ ତାହା ବିଷୟରେ କହିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking