34.1 C
Bhubaneswar
Friday, May 15, 2026
Homeଦେଶ ବିଦେଶମାତିଛନ୍ତି ଖୁଜଲି ଗ୍ୟାଙ୍ଗ୍

ମାତିଛନ୍ତି ଖୁଜଲି ଗ୍ୟାଙ୍ଗ୍

 

ନୂଆଦିଲ୍ଲୀ: ଖୁଜଲି କହିଲେ ଆମେ ସାଧାରଣତଃ ବୁଝିଥାଉ କୁଣ୍ଡେଇ ହେବା । ଆଉ ଏହି କୁଣ୍ଡେଇ ହେବାର ଗୋଟେ ଗ୍ୟାଙ୍ଗ୍ ଅଛି ଯାହାର ନାଁ ହେଉଛି ଖୁଜଲି ଗ୍ୟାଙ୍ଗ୍ । ଜାତୀୟ ରାଜଧାନୀ ଦିଲ୍ଲୀର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ଲୋକ ଅଭିନବ ଉପାୟରେ ଜଣେ ବ୍ୟକ୍ତିଙ୍କ ଜିନିଷ ପତ୍ର ଚୋରି କରୁଥିବା ଦେଖିବାକୁ ମିଳିଛି।ଘଟଣାଟି ଦିଲ୍ଲୀର ସଦର ବଜାର ଅଞ୍ଚଳର। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ସଦର ବଜାରରୁ ଯାଉଥିବା ବେଳେ କେହି ଜଣେ ତାଙ୍କ ଉପରକୁ ଏକ ପାଉଡର ଛିଞ୍ଚି ଦେଇଥିଲେ। କିଛି ସମୟ ପରେ ହଠାତ୍ ତାଙ୍କ ଶରୀର ଭୀଷଣଭାବେ କୁଣ୍ଡେଇ ହେବାକୁ ଲାଗିଲା । ସେ ନିଜ ବ୍ୟାଗ ତଳେ ରଖି କୁଣ୍ଡାଇବାରେ ଲାଗିଥିବା ସମୟରେ ସେଠାରେ ଉପସ୍ଥିତ କିଛି ଲୋକ ଘେରାବନ୍ଦୀ କରିଥିଲେ ଏବଂ ଜଣେ ଚୋର ତାଙ୍କ ଜିନିଷପତ୍ର ଥିବା ବ୍ୟାଗ ନେଇ ଫେରାର ହୋଇଯାଇଥିଲା । ସଦର ବଜାରର ଏକ ଦୋକାନ ବାହାରେ ଲାଗିଥିବା ସିସିଟିଭିରେ ଏହି ଘଟଣା କଏଦ ହୋଇଛି।କୁହାଯାଉଛି ଯେ ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଏହି ଗ୍ୟାଙ୍ଗ ପୁଣି ଥରେ ସକ୍ରିୟ ହୋଇଛି । ସଦର ବଜାର ଏକ ଜନଗହଳିପୂର୍ଣ୍ଣ ବଜାର । ଏଠାରେ ଏତେ ଭିଡ଼ ଥାଏ ଯେ ଆପଣ ନ ଚାହିଁଲେ ମଧ୍ୟ କାହାକୁ ଧକ୍କା ଦିଅନ୍ତି। ଯେଉଁମାନେ କିଣାକିଣି କରିବାକୁ ଆସନ୍ତି ଏବଂ ହାତରେ ଜିନିଷ ପତ୍ର ଥାଏ । ଖୁଜଲି ଗ୍ୟାଙ୍ଗର ସଦସ୍ୟମାନେ ପଥଚାରୀଙ୍କ ଉପରେ ପାଉଡର ଢାଳି ସେମାନଙ୍କ ଜିନିଷ ପତ୍ର ଚୋରି କରିନେଇଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking