30 C
Bhubaneswar
Wednesday, June 10, 2026
Homeଦେଶ ବିଦେଶଲିଫ୍ଟରେ ଫସିରହିଥିଲେ ସ୍ୱାମୀ , ସ୍ତ୍ରୀ ଦେଲେ ଥାନାରେ ଅଭିଯୋଗ ମୋ ସ୍ୱାମୀ ନିଖୋଜ

ଲିଫ୍ଟରେ ଫସିରହିଥିଲେ ସ୍ୱାମୀ , ସ୍ତ୍ରୀ ଦେଲେ ଥାନାରେ ଅଭିଯୋଗ ମୋ ସ୍ୱାମୀ ନିଖୋଜ

 

ନୂଆଦିଲ୍ଲୀ: ୨ଦିନ ହେବ ହସ୍ପିଟାଲ ଲିଫ୍ଟରେ ବନ୍ଦୀ ହୋଇରହିଥିଲେ ରୋଗୀ । ହେଲେ ସ୍ତ୍ରୀ କହିଲେ ମୋ ସ୍ୱାମୀ ନିଖୋଜ ଏଭଳି ଏକ ଆଶ୍ଚର୍ୟ୍ୟ ଘଟଣା ଘଟିଛି କେରଳର ରାଜଧାନୀ ଥିରୁବନନ୍ତପୁରମରେ। ଜଣେ ୫୯ବର୍ଷିୟ ରୋଗୀ ଦୁଇ ଦିନ ଧରି ଏଠାରେ ଫସିଥିବା କଥା କାହାକୁ ଜଣାନଥିଲା ।ମେଡିକାଲ କଲେଜର ଲିଫ୍ଟରେ ୨ଦିନ ଅଟକିବା ପରେ ସୋମବାର ତାଙ୍କୁ ଲିଫ୍ଟ ଅପରେଟର ବାହାରକୁ ଆଣିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ରବିନ୍ଦ୍ରନ ନାୟାର (୫୯) ଶନିବାର ତାଙ୍କ ପତ୍ନୀଙ୍କ ସହ ଡାକ୍ତରଖାନା ଯାଇଥିଲେ। ହସ୍ପିଟାଲରେ କାମ କରୁଥିବା ତାଙ୍କ ପତ୍ନୀ ଡାକ୍ତରଙ୍କ ପରାମର୍ଶ ନେବା ପରେ ନିଜ ଡ୍ୟୁଟିକୁ ଫେରିଥିଲେ। କେରଳ ବିଧାନସଭାରେ କାର୍ୟ୍ୟ କରୁଥିବା ରବିନ୍ଦ୍ରନ ଘରକୁ ଯିବା ପାଇଁ ଲିଫ୍ଟରେ ପଶିଥିଲେ । ହେଲେ ଲିଫ୍ଟଟି ହଠାତ ତଳକୁ ଖସି ପଡିଥିଲା। ଏହା ଫଳରେ ତାଙ୍କ ଫୋନ ତଳେ ପଡି ଭାଙ୍ଗି ଯାଇଥିଲା । ଫୋନ ଭାଙ୍ଗିବାରୁ ସେ ଚାହିଁ ବି ନିଜ ପତ୍ନୀଙ୍କୁ ଜଣାଇପାରିନଥିଲେ । ଲିଫ୍ଟରେ ରବିନ୍ଦ୍ରନ ନାୟାର ଫସିଥିବା ଜାଣିନପାରି ତାଙ୍କ ପତ୍ନୀ ପୁଲିସରେ ନିଖୋଜ ଅଭଯୋଗ କରିଥିଲେ । ସୋମବାର ଲିଫ୍ଟ ଖରାପ ଥିବା ଜାଣି ସଜାଡ଼ିବା ପାଇଁ ଲିଫ୍ଟ ଅପରେଟର ଆସି ଲିଫ୍ଟ ସଜାଡ଼ିବା ପରେ ଭିତରେ ରବିନ୍ଦ୍ରନଙ୍କୁ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଜ୍ଝରବିନ୍ଦ୍ରନଙ୍କ କହିବା ମୁତାବକ, ସେ ଲିଫ୍ଟରେ ଥିବା ଆଲାରାମ ବଟନ ଚିପିଥିଲେ ବି କୌଣସି ସୁଫଳ ମିଳିନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking