27.8 C
Bhubaneswar
Thursday, June 11, 2026
Homeଓଡିଶାଅଧିକା ତେଲ କିଣୁଥିବାରୁ ତୈଳ ସଙ୍କଟ: ସଞ୍ଜୟ ଲାଠ୍

ଅଧିକା ତେଲ କିଣୁଥିବାରୁ ତୈଳ ସଙ୍କଟ: ସଞ୍ଜୟ ଲାଠ୍

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ସଙ୍କଟ ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ସ୍ଥିତି ହୋଇପାରେ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍। ଦୈନିକ ନିଜ ଖର୍ଚ୍ଚରୁ ଅଧିକ ତେଲ କିଣିବା ଏବଂ ଡିପୋରୁ ପେଟ୍ରୋଲ ପମ୍ପ ଯାଏ ତେଲ ନ ଆସିବା ଭିତରେ ଲୋକେ ଅଧିକ ଅଧର୍ଯ୍ୟ ହେବା ହିଁ ପେଟ୍ରୋଲ ଟାଙ୍କିର ତେଲ ସରିବାର ପ୍ରମୁଖ କାରଣ ବୋଲି ଲାଠ୍ କହିଛନ୍ତି।ଡିପୋରେ ତେଲ ମହଯୁଦ୍ ଅଛି। ଲୋକେ କାହିଁକି ଏତେ ଚିନ୍ତିତ ବୁଝା ହେଉନାହିଁ। ବାରମ୍ବାର ଅପିଲ କଲେ ସୁଦ୍ଧା ଲୋକେ ବୁଝିବାକୁ ନାରାଜ । ପେଟ୍ରୋଲ ପମ୍ପରେ ୩ ଦିନ ପାଇଁ ପେଟ୍ରୋଲ ରହିଥିଲା। କିନ୍ତୁ ଗୋଟିଏ ଦିନରେ ଲୋକେ ଖର୍ଚ୍ଚଠୁ ଅଧିକା ତେଲ କିଣୁଛନ୍ତି ଯାହା ଫଳରେ ଟାଙ୍କିରୁ ତେଲ ସରୁଛି। ଗତକାଲି ଅନେକ୍ ପେଟ୍ରୋଲ ପମ୍ପ ରେ ୩ ଦିନ ପାଇଁ ଗଚ୍ଛିତ ଥିବା ପେଟ୍ରୋଲ ସରିଛି। ଏଭଲି ଅହେତୁକ ଭାବେ ଲୋକେ ପେଟ୍ରୋଲ କିଣିବେ ତେବେ ସମସ୍ତେ ହଇରାଣ ହେବେ। ସବୁତକ ପେଟ୍ରୋଲ ପମ୍ପକୁ ଆଜି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ପହଁଞ୍ଚିବ ବୋଲି ତୈଳ ସଂଘ ବ୍ୟବସ୍ଥା କରୁଥିବା ସୂଚନା ଦେଇଛନ୍ତି ସଂଜୟ ଲାଠ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking