30.4 C
Bhubaneswar
Sunday, June 7, 2026
Homeଓଡିଶାକୂଅରୁ ମିଳିଲା ଯୁବକଙ୍କ ମୃତଦେହ

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

କଟକ: ଆଜି ସକାଳୁ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ଥିବା କୂଅରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଟାଉନ ଥାନା ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ କହିବା ଅନୁଯାୟୀ, ତାଙ୍କର ମସ୍ତିଷ୍କ ବିକୃତି ଥିବା ଜଣାପଡିଥିବା ବେଳେ ତିନି ଦିନ ହେବ ସେ ଘରେ ନଥିଲେ । ଆଜି ସକାଳୁ ବ୍ରାହ୍ମଣୀ ଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ଥିବା କୂଅରୁ ଦୁର୍ଗନ୍ଧ ବାହାରିବାକୁ ଲୋକେ ଯାଇ ଦେଖିଥିଲେ । ସେଠାରେ ମୃତ ଡମା ନାଏକ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking