ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟ ମିଶିବା ପରେ ବିଜେପିର ଶକ୍ତି ବଢିଛି । ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି । ସେ ବିଜେପିରେ ମିଶିବା ଦ୍ୱାରା ଦଳ ଅଧିକ ଶକ୍ତିଶାଳୀ ହେଉଛି । ଅନ୍ୟ ନେତା ମାନେ ବିଜେପିକୁ ଆସିବା ପାଇଁ ଆଲୋଚନା କରୁଛନ୍ତି । ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚି ୧୧ଟାରେ ପଟୁଆରରେ ବାହାରି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ଦେବାଶିଷ । ନାମାଙ୍କନ ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ଅଛନ୍ତି ଏକାଧିକ ବିଧାୟକ । ରାଜ୍ୟ ସଭାପତିଙ୍କ ସହ ବୈଠକ ପରେ ନାମାଙ୍କନ ପାଇଁ ବାହାରିବେ । ଗତକାଲି ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜେପି ଦେବାଶିଷଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ପୂର୍ବରୁ ଦେବାଶିଷ ପ୍ରଥମେ ବିଜେଡି ଓ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଥିଲେ ।










