ଭୁବନେଶ୍ୱର: ସୋମ୍ୟ ହତ୍ୟା ମାମଲାରେ କାହିଁକି ଲାଗିନାହିଁ ମବ ଲିଞ୍ଚିଂ ଧାରା । କ୍ରାଇମ ବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ବିଶେଷ ପରିସ୍ଥିତିରେ ମବ ଲିଞ୍ଚିଂ ଲଗାଯାଏ ବୋଲି ସେ କହିଛନ୍ତି । ଜାତି ଧର୍ମ, ସମ୍ପ୍ରଦାୟ ଆଧାରରେ ପାଞ୍ଚରୁ ଅଧିକଙ୍କ ସମ୍ପୃକ୍ତି ଥିଲେ ଭିଡ ହିଂସା ଧାରା ଲାଗେ । ଗୁଣି ଗାରେଡି ହିଂସା ଜମିତ ମାମଲାରେ ମଧ୍ୟ ଏଭଳି ଦଫା ଲଗାଯାଏ । କିନ୍ତୁ ଏହି ପରିସ୍ଥିତିରେ ଏଭଳି କିଛି ହୋଇନଥିବାରୁ ଭିଡ ହିଂସା ଧାରା ଲାଗି ନାହିଁ । ତେବେ ମବ ଲିଞ୍ଚିଂ ଧାରା ଲାଗୁ କି ନଲାଗୁ ହତ୍ୟା ପାଇଁ ଦଣ୍ଡ ବିଧାନ ସମାନ ରହିବ ବୋଲି ସେ କହିଛନ୍ତି । ଯେଉଁମାନେ ଘଟଣା ସ୍ଥଳରେ ଥିଲେ ସମସ୍ତେ ଯେ ମବ ଲିଞ୍ଚିଂ କରିଛନ୍ତି ତାହା କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ତଦନ୍ତ ଆଧାରରେ ଦଣ୍ଡ ଦିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ସୂଚନାଥାଉକି, ବାଲିଅନ୍ତା ଘଟଣାରେ ଗତକାଲି ୪ ପୋଲିସଙ୍କୁ ସସପେଣ୍ଡ କରାଯାଇଥିଲା ।










