ଘସିପୁରା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ, ପୁଅଙ୍କୁ ଆକ୍ରମଣ । ଘସିପୁରା ଥାନା ଅନ୍ତର୍ଗତ ଶାମୁକାନେଣ୍ଡି ଗାଁର ପ୍ରହ୍ଲାଦ ବାରିକ ଓ ତାଙ୍କ ପୁଅ ଆଲୋକଙ୍କୁ ଗାଁର କିଛି ଯୁବକ ଆକ୍ରମଣ କରିଛନ୍ତି । ଗାଁରେ ଏକ କ୍ଲବ ଘର ନିର୍ମାଣକୁ ନେଇ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ଆଲୋକ ବଜାରରୁ ଘରକୁ ଫେରୁଥିବା ସମୟରେ ସେହି ଗାଁର ୩ ଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବାପା ପ୍ରହ୍ଲାଦ ଅଟକାଇବାରୁ ତାଙ୍କୁ ମଧ୍ୟ ଠେଙ୍ଗାରେ ଆକ୍ରମଣ କରିଥିଲେ । ଉଭୟ ବାପା- ପୁଅଙ୍କୁ ଗାଁ ଲୋକ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।










