39.1 C
Bhubaneswar
Friday, April 26, 2024
Homeଓଡିଶା୧୬ରୁ ଖୋଲିବ ଶ୍ରୀମନ୍ଦିର

୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ମନ୍ଦିର ଖୋଲିବା ପରେ ପ୍ରଥମ ୫ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହେବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହେବ । ୨୧,୨୨ ତାରିଖ ସଟ ଡାଉନ ଥିବାରୁ ଭକ୍ତଙ୍କୁ ମନ୍ଦିର ମନା । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ଦର୍ଶନ ପାଇଁ ଡବଲ ଡୋଜ ଟିକା କିମ୍ବା ଆରଟିପିସିଆର ନେଗେଟିଭ ଥିବା ଜରୁରୀ । ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରୀ । ତେବେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ଅନ୍ୟପଟେ ସପ୍ତାହାନ୍ତ ସଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳଙ୍କୁ ବାରଣ ରହିଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking