28.1 C
Bhubaneswar
Friday, April 26, 2024
Homeଓଡିଶାମରାମତି ହେବ ଶ୍ରୀଜିଉଙ୍କ ଅଳଙ୍କାର

ମରାମତି ହେବ ଶ୍ରୀଜିଉଙ୍କ ଅଳଙ୍କାର

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା କୁଣ୍ଡଳ, ଶ୍ରୀଭୁଜ ଚାରୋଟିର ମରାମତି ହେବ । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଅନୁମାନ କରାଯାଉଛି କି ସୁନା ବେଶରେ ବ୍ୟବହୃତ ହେବାକୁ ଥିବା କିଛି ସୁନା ଅଳଙ୍କାର ବି ମରାମତି ହୋଇପାରେ । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ ।ରାଜରାଜେଶ୍ୱର ବେଶ ପୂର୍ବରୁ ଏହି ମରାମତି କାମ ସରିବ । ୪ ଜଣ ଅଭିଜ୍ଞ ସୁନା କାରିଗର ଆଗାମୀ ଦଶମୀ କିମ୍ବା ଏକାଦଶୀ ତିଥିରୁ ଏହି ମରାମତି କାର୍ଯ୍ୟ ଆରମ୍ଭ କରିବେ । ସେପଟେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ସମୟ ପୂର୍ବରୁ ସବୁ କାମ ସାରିବା ପାଇଁ ଲାଗି ପଡ଼ିଛନ୍ତି ମହାରଣା ସେବାୟତ । କୋଭିଡ୍‌ କଟକଣା ଭିତରେ ସେମାନଙ୍କୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କ ସୁରକ୍ଷା କଥା ମଧ୍ୟ ପ୍ରଶାସନ ପକ୍ଷରୁ ବୁଝାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking