30.1 C
Bhubaneswar
Friday, July 11, 2025
Homeଓଡିଶାମୁକ୍ତି ମଣ୍ଡପର ମତ, ରଥ ଟଣା ବନ୍ଦ ହେଲେ କିଛି କ୍ଷତି ହେବ ନାହିଁ

ମୁକ୍ତି ମଣ୍ଡପର ମତ, ରଥ ଟଣା ବନ୍ଦ ହେଲେ କିଛି କ୍ଷତି ହେବ ନାହିଁ

ଭୁବନେଶ୍ୱର: କରୋନା ମାହାମାରୀ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ହେବ କି ନାହିଁ, ତାକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ଏହା ଉପରେ ଅନେକ ବିବାଦମାନ ତଥ୍ୟ ମଧ୍ୟ ପ୍ରକାଶ ପାଉଛି । କେହି କେହି ସେବାୟତ ଏବଂ କିଛି ବ୍ୟକ୍ତି ମତ ଦେଉଛନ୍ତି ଯେ, ଥରେ ରଥଯାତ୍ରା ବନ୍ଦ ହେଲେ ଆଉ ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରବି ନାହିଁ ବୋଲି କେହି କେହି ମତ ରଖୁଥିବା ବେଳେ ଆଉ କେହି କେହି କହୁଛନ୍ତି, ମହାମାରୀ ୧୦ ବର୍ଷ ପର୍ଯ୍ୟନ୍ତ ଲାଗି ରହିବ । ଏହି ବିବାଦ ଉପରେ ପରଦା ଟାଣିଛନ୍ତି ପୁରୀ ମୁକ୍ତି ମଣ୍ଡପ । ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଓ ବିବାଦମାନ ସ୍ଥିତିରେ ମୁକ୍ତିମଣ୍ଡପର ମତକୁ ବେଶ ଗୁରୁତ୍ୱ ଦିଆଯାଇପାରେ । ପୁରୀ ମୁକ୍ତି ମଣ୍ଡପ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରି କରି ଦର୍ଶାଯାଇଛି ଯେ, ରଥଯାତ୍ରା ବନ୍ଦ ହୋଇଗଲେ କିଛି କ୍ଷତି ହେବ ନାହିଁ ।
ଇସ୍ତାହାରରେ ଦର୍ଶାଯାଇଛି ଯେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବା ନେଇ ସମସ୍ତଙ୍କର ଆଗ୍ରହ ରହିଛି । କରୋନା ଭୂତାଣୁର ଭୟ ରହିଥିବାରୁ ଏହି ରଥଯାତ୍ରାରେ ଜନଗହଳିକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇ ଦୂର ଦର୍ଶନର ପ୍ରସାର କରାଯାଇପାରିବ । ଶ୍ରଦ୍ଧାଳୁମାନେ ଘରେ ରହି ଜଗନ୍ନାଥଙ୍କ ରଥଯାତ୍ରା ଦେଖିପାରିବେ । ରଥଯାତ୍ରାରେ ସେବକ ଓ ସ୍ୱଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ସହାୟତାରେ ରଥ ଟଣା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ । ସରକାର କଟକଣା ଜାରି କରି ପୁରୀ ଭିତରକୁ କୌଣସି ବାହାର ବ୍ୟକ୍ତିଙ୍କୁ ପୂରାଇ ଦେବେ ନାହିଁ । ସୀମିତ ସଂଖ୍ୟକ ସେବାୟତ ଓ ପୋଲିସ କର୍ମଚାରୀଙ୍କ ମାଧ୍ୟମରେ ରଥଟଣା କାର୍ଯ୍ୟ ହୋଇପାରିବ । କିନ୍ତୁ ଯଦି ଅନିର୍ବାଯ୍ୟ କାରଣ ବଶତଃ ରଥଯାତ୍ରା ପରମ୍ପରା ଭଙ୍ଗ ହୁଏ, ଅର୍ଥାତ୍ ବନ୍ଦ ହୋଇଯାଏ ,ତେବେ ତାହା କୌଣସି ହାନି ଘଟାଇବ ନାହିଁ । ୩୨୭ ବର୍ଷ ର ଇତିହାସ ଅନୁଯାୟୀ ବିଧର୍ମୀମାନଙ୍କର ଜଗନ୍ନାଥ ସଂସ୍କୃତି ଉପରେ ବର୍ବରିତ କାର୍ଯ୍ୟ ଯୋଗୁଁ ରଥଯାତ୍ରା ବନ୍ଦ ହୋଇଥିଲା ।
ଏଣୁ ମୁକ୍ତିମଣ୍ଡପ ସଦସ୍ୟଙ୍କ ମତ ଅନୁଯାୟୀ, ରଥଟଣା ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କ ମାଧ୍ୟମରେ କରାଯାଇପାରିବ । ଏହା ନହେଲେ ବି ଯେଉଁ ଆଶଙ୍କା କରାଯାଉଛି ଆଉ ରଥ ଟଣା ହୋଇପାରିବନି ତାହା ଭ୍ରାନ୍ତ ଧାରଣା ବୋଲି ମୁକ୍ତି ମଣ୍ଡପ ଦର୍ଶାଇବାକୁ ଚାହିଁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking