30.1 C
Bhubaneswar
Wednesday, April 24, 2024
Homeଓଡିଶାରାସନ କାର୍ଡ ବିହିନ ଗରିବଙ୍କ ପାଇଁ ଦାବି ଜଣାଇଲେ ନରସିଂହ

ରାସନ କାର୍ଡ ବିହିନ ଗରିବଙ୍କ ପାଇଁ ଦାବି ଜଣାଇଲେ ନରସିଂହ

ବଲାଙ୍ଗିର,- କରୋନା ଦାଉରେ ସମସ୍ତେ ଗ୍ରସିତ । କିଛି କାର୍ଡଧାରି ଗରିବ ଜନସାଧାରଣ ସରକାରି ସାହାଯ୍ୟ ପାଇଥିବା ବେଳେ ଅନେକେ ଗରିବଙ୍କ ପାଖରେ କାର୍ଡ ନଥୀବା ଯୋଗୁଁ ସେମାନେ ସମସ୍ତ ସରକାରି ସାହାଯ୍ୟ ସହେଯାଗରୁ ବଞ୍ଚିତ ହେଉଛନ୍ତି । ଗୋଟିଏ ପଟେ କରୋନା କଟକଣା ଯୋଗୁଁ ଅନେକେ ଗରିବ ଲୋକ ନିଜର ଜିବିକା ହରାଇଛନ୍ତି । ଅନ୍ୟପଟେ କାର୍ଡ ନଥିବା ସ୍ଥଳେ ସରକାର ତାଙ୍କୁ କୌଣସି ସାହଯ୍ୟ ଯୋଗାଉ ନାହାନ୍ତି । ଏଭଳି ପରିସ୍ଥିତିରେ ଜିବନ ଯାପନ କରିବା ତଥା ପରିବାର ଚଳାଇବା ତାଙ୍କ ପାଇଁ ଅତି କଷ୍ଟକର ହୋଇପଡୁଛି । ଏଣୁ ସରକାର ତାଙ୍କ ପ୍ରତି ସମ୍ବେଦନଶିଳ ହେବା ସହ ଯଥା ଶିଘ୍ର ତାଙ୍କ ପାଇଁ ଚାଉଳ, ଗହମ ତଥା ଅନ୍ୟ ଆନୁଷଙ୍ଗିକ ସାହଯ୍ୟ ଯୋଗାଇ ଦିଅନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ମୁଖ୍ୟମନ୍ତ୍ରି ନବିନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଦାବୀ କରିଛନ୍ତି ।
ସୁଚନାରୁ ପ୍ରକାଶ ଯେ, କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ଯୋଗୁଁ ଗରିବ ଜନସାଧାରଣଙ୍କ ଆଥିର୍କ ସନ୍ତୁଳନ ବିଗିଡି ଯାଇଛି । ସରକାର ଏହାକୁ ହୃଦୟଙ୍ଗମ କରି କାର୍ଡଧାରି ଗରିବ ଜନସାଧାରଣଙ୍କୁ ଆଗୁଆ ତିନି ମାସର ଚାଉଳ ଓ ଗହମ ସହ କାର୍ଡପିଛା ହଜାରେ ଟଙ୍କା ସାହାଯ୍ୟ ଯୋଗାଇଦେଇଥିଲେ । ଯାହା ନିହାତି ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଆର୍ଥୀକ ଅବସ୍ଥା ଅନୁସାରେ ରାଜ୍ୟରେ ସବୁଠୁ ପଛୁଆ ଜିଲ୍ଲାରୁପେ ପରିଗଣିତ ହେଉଥିବା ବଲାଙ୍ଗିର ଜିଲ୍ଲା ପାଇଁ ଏହା ଯଥେଷ୍ଟ ନୁହେଁ । ଜିଲ୍ଲାରେ ଅନେକ ଗରିବ ଲୋକଙ୍କ ପାଖରେ କøøଣସି ସରକାରୀ କାର୍ଡ ନଥିଲାବେଳେ ସେମାନେ ସରକାରୀ ସାହାଯ୍ୟରୁ ବଞ୍ଚିତ ହେଉଛନ୍ତି । ଏଣୁ ସରକାର ସେମାନଙ୍କ ପ୍ରତି ସମ୍ବେଦନଶିଳ ହୋଇ ଯଥା ଶିଘ୍ର କାର୍ଡ ନଥୀବା ଜନସାଧାରଣଙ୍କୁ ଚାଉଳ ଓ ଗହମ ଯୋଗାଇ ଦିଅନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ତେବେ ସେ ଏ ବିଷୟରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ସବିଶେଷ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରିଙ୍କୁ ଚିଠି ମାଧ୍ୟମରେ ଦାବି ଜଣାଇଛନ୍ତି ବୋଲି ସୁଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking