39.1 C
Bhubaneswar
Friday, April 26, 2024
Homeଓଡିଶାଅକ୍ଷୟ ତୃତୀୟାରେ ହୋଇପାରିବନି ରଥ ନିର୍ମାଣ କାର୍ଯ୍ୟ , ବିଧି ରଖିବାକୁ କଣ କରାଯିବ ନିଆଯିବ...

ଅକ୍ଷୟ ତୃତୀୟାରେ ହୋଇପାରିବନି ରଥ ନିର୍ମାଣ କାର୍ଯ୍ୟ , ବିଧି ରଖିବାକୁ କଣ କରାଯିବ ନିଆଯିବ ଶଙ୍କରାଚାର୍ଯ୍ୟଙ୍କ ମତ: ଗଜପତି

ପୁରୀ: ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ତେବେ ଲକ ଡାଉନ କାରଣରୁ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମନ୍ଦିର ବାହାରେ ପର୍ବ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇସାରଥିବା ଗଜପତି ଦିବ୍ୟସିଂହ ଦେବ ସୂଚନା ପ୍ରଦାନ କରିଛନ୍ତି । ଏହାଛଡା ସରକାରୀ ନିୟମକୁ ଶ୍ରୀ ମନ୍ଦିର ପ୍ରଶାସନ ପାଳନ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି । ତେବେ ଆଜି ସନ୍ଧ୍ୟାରେ ନୀତି ଓ ବିଧି ସଂପର୍କରେ ଶଙ୍କରାଚାର୍ଯ୍ୟ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ମେ ୩ ତାରିକ ପରେ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେବ ତାକୁ ଆମର ଅପେକ୍ଷା ରହିଛି । ସେହି ନିଷ୍ପତ୍ତି ପରେ ସ୍ନାନଯାତ୍ରା ଓ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନିଆଯିବ । ମାନବ ସମାଜକୁ ବିପଦରେ ପକାଇ ଧର୍ମ ପାଳନ କରାଯିବା ଉଚିତ ନୁହେଁ ବୋଲି ଗଜପତି କହିଛନ୍ତି । ଉତ୍କଳ ପ୍ରବେଶ ଓ ସାରା ବିଶ୍ୱକୁ ମହାପ୍ରଭୁ ନିରୋଗ ରଖନ୍ତୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking