31.1 C
Bhubaneswar
Friday, March 29, 2024
Homeଅପରାଧଶାଶୂ ଶ୍ୱଶୁରଙ୍କୁ ମାରିଲା ବୋହୂ

ଶାଶୂ ଶ୍ୱଶୁରଙ୍କୁ ମାରିଲା ବୋହୂ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଛାବଲା ଥାନା ଅଂଚଳରେ ଥିବା ଦିନପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଜଣେ ୩୫ ବର୍ଷୀୟ ବୋହୂ ତାଙ୍କ ବୃ୍‌ଦ୍ଧ ବୟସ୍କ ଶାଶୂ ଶ୍ୱଶୁରଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ଉପରେ ହତ୍ୟା ଆରୋପ ଲାଗିଛି । ତେବେ ଏହାର ପ୍ରାଥମିକ ତଦନ୍ତରେ ସଂପତ୍ତି ପାଇଁ ରାଜ ସିଂ ଓ ଓମବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ତଣ୍ଟି ଚିପି ଏବଂ ଭୁଜାଲୀରେ ଆକ୍ରମଣ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରାଯାଇଥିଲା । ତେବେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଯେତେବେଳେ ଏହି ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା, ସେହି ସମୟରେ ଘରେ ତାଙ୍କ ପୁଅ ବୋହୂଙ୍କ ସମେତ ୮ ବର୍ଷ ଓ ୬ ବର୍ଷ ଦୁଇ ପିଲା ମଧ୍ୟ ଘରେ ଥିଲେ । ଏହି ଜଘନ୍ୟ ଘଟଣା ସମୟରେ ପୋଲିସକୁ ଦିନ ୧୧ଟା ସମୟରେ ସୂଚନା ମିଳିଥିଲା । ଖବର ପାଇ ଏବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking