38.1 C
Bhubaneswar
Friday, April 26, 2024
Homeବିଜିନେସ୍ଧନେତରସ୍-ଦୀପାବଳୀ ପୂର୍ବରୁ ଶସ୍ତାରେ କିଣନ୍ତୁ ସୁନା

ଧନେତରସ୍-ଦୀପାବଳୀ ପୂର୍ବରୁ ଶସ୍ତାରେ କିଣନ୍ତୁ ସୁନା

ନୂଆଦିଲ୍ଲୀ : ଅଧିକାଂଶ ଲୋକ ଦୀପାବଳି ସମୟରେ ସୁନା କିଣନ୍ତି । ସୁନା ମୂଲ୍ୟ ବର୍ତ୍ତମାନ ଯେଉଁ ସ୍ତରରେ ଅଛି, ତାହା ତଳକୁ ଯିବ ନାହିଁ । ସେହିପରି ଦୀପାବଳି କଥା କହିବାକୁ ଗଲେ ସେତେବେଳକୁ ସୁନା ମହଙ୍ଗା ହେବ। ଅକ୍ଟୋବରରେ ଯେଉଁ ମୂଲ୍ୟ ରହିଛି ତାହାଠାରୁ ମୂଲ୍ୟ ଅଧିକ ରହିବ । ଯଦି ଆପଣ ଭାବୁଛନ୍ତି ଯେ ଦୀପାବଳି ସୁଦ୍ଧା ସୁନା ଶସ୍ତା ହେବ, ଏହାକୁ କିନ୍ତୁ ବଜାର ବିଶେଷଜ୍ଞ ଗ୍ରହଣ କରିନାହାଁନ୍ତି । ସେମାନଙ୍କ ମତରେ ସୁନା ଦର ଦୀପାବଳି ବେଳକୁ ବଢ଼ିଯିବ । କାରଣ ଏଥିପାଇଁ କେନ୍ଦ୍ର ସରକାର ଏକ ସ୍କିମ ଆଣିଛନ୍ତି ଯାହାର ଫାଇଦା ଆପଣ ଉଠାଇ ପାରିବେ । ଧନତେରସ୍ ପାବଳୀ ପୂର୍ବରୁ ସୁନାରେ ନିବେଶ କରି ରୋଜଗାର କରିବାର ଏକ ବଡ ସୁଯୋଗ ଦେଉଛନ୍ତି କେନ୍ଦ୍ର ସରକାର । ସରକାରାଙ୍କ Sovereign Gold Bond Scheme 2020-21 ସିରିଜର VIII ସଦସ୍ୟତା ୯ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ନିବେଶକମାନେ ୧୩ ନଭେମ୍ବର ପର୍ଯ୍ୟନ୍ତ ଏହାର ସଦ୍ୟସତା ଗ୍ରହଣ କରିବାର ସୁଯୋଗ ପାଇବେ । ଏହି ସମୟ ପାଇଁ ଆରବିଆଇ ସୁନାର ମୂଲ୍ୟ ଗ୍ରାମ ପିଛା ୫,୧୭୭ ଟଙ୍କା ସ୍ଥିର କରିଛି । ଅନଲାଇନ୍ ଆବେଦନ ଓ ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ମଧ୍ୟ ମିଳିବ । ଡିଜିଟାଲରେ ପେମେର୍ଟ କରୁଥିବା ବ୍ୟକ୍ତି ଗ୍ରାମ ପିଛା ୫,୧୨୭ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ଅକ୍ଟୋବର ୧୨ରେ ଜାରି ହୋଇଥିବା ଗୋଲ୍ଡ ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୦୫୧ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ ନିବେଶକମାନେ ଗୋଲ୍ଡ ବଣ୍ଡରେ ଅତି କମରେ ୧ ଗ୍ରାମର ସୁନା ନିବେଶ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking