ନୂଆଦିଲ୍ଲୀ: ହ୍ୱାଟ୍ସଆପ ଗୁରୁବାର ଦିନ ପ୍ରତ୍ୟେକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଗ୍ରାହକଙ୍କ ପାଇଁ ବହୁ ପ୍ରତୀକ୍ଷିତ ବିଚ୍ଛିନ୍ନ ବାର୍ତ୍ତା ଲଞ୍ଚ କରିଛି, ଯେଉଁଠାରେ ସମସ୍ତ ବାର୍ତ୍ତା ସାତ ଦିନ ମଧ୍ୟରେ ରୋବୋଟିକ୍ ଡିଲିଟ୍ ହୋଇଯିବ। ଗୋଟିଏ ପରେ ଗୋଟିଏ ରୂପାନ୍ତରରେ ପ୍ରତ୍ୟେକଙ୍କର ଏହି ଫଙ୍କସନ୍ ଅନ୍ କିମ୍ବା ଅଫ୍ ଦେଖାଇବାର କ୍ଷମତା ଥାଇପାରେ, ଯେତେବେଳେ ଆଡମିନିଷ୍ଟ୍ରେଟର୍ ଏହି ନୂତନ ଫଙ୍କସନ୍ କୁ ନିର୍ଦ୍ଦେଶ ଦେବେ ଯେତେବେଳେ କଥା ହେବେ ।
ଆଜିକାଲିର ଯୁବପିଢୀମାନେ ହ୍ୱାଟ୍ସଆପ ଆପର ବହୁଳ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ହ୍ୱାଟ୍ସଆପ ନିଜର ନୂଆ ଫିଚର ସାମ୍ନାକୁ ଆଣିଛି, ଯେଉଁଥିରେ ୭ ଦିନ ପର ମେସେଜ୍ ଆପେ ଆପେ ଡିଲେଟ୍ ବା ଅଦୃଶ୍ୟ ହୋଇଯିବ ।
ଏହି ସୁବିଧା ଆଣ୍ଡ୍ରଏଡ୍, ଆଇଫୋନ୍, ହ୍ୱାଟସ୍ଆପ୍ ଡେସ୍କଟପ୍ ଓ ହ୍ୱାଟସ୍ଆପା ୱେବ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଡିସାପିୟରିଂ ମେସେଞ୍ଜରର୍ସରେ ବ୍ୟବହାରକାରୀ କୌଣସି ମେସେଜ କାହାକୁ ପଠାଇଲେ ତାହା ୭ ଦିନ ମଧ୍ୟରେ ସ୍ୱୟଂକ୍ରିୟ ଭାବେ ଅଦୃଶ୍ୟ ହୋଇଯିବ । ଏହାସହ ହ୍ୱଟସ୍ଆପ୍ ର ଷ୍ଟାଟସ ୨୪ ଘଣ୍ଟା ମଧ୍ୟରେ ଅଦୃଶ୍ୟ ହୋଇଯିବ । ବ୍ୟବହାରକାରୀ ମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବାକୁ ହ୍ୱାଟସ୍ଆପ୍ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ଆପ୍ ନିର୍ମାତା କମ୍ପାନୀ ।
ଯଦି ବାର୍ତ୍ତା ଗ୍ରହଣ କରୁଥିବା ବ୍ୟକ୍ତି ଚାହାନ୍ତି, ତେବେ ୭ ଦିନ ପୂର୍ବରୁ ମେସେଜର ସ୍କ୍ରିନସଟ୍ ନେଇ କିମ୍ବା ଏହାକୁ କପି କରି ସେଭ୍ ମଧ୍ୟ କରିପାରିବେ । ଚଳିତ ମାସ ଏହି ସୁବିଧା ଗ୍ରାହକ ମାନଙ୍କୁ ଉପଲବ୍ଧ ହେବ ବୋଲି ହ୍ୱାଟ୍ସଆପ୍ ପକ୍ଷରୁ ସୂଚନା ମିଳିଛି ।