33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭାରତରେ ବ୍ୟାନ ହେଲା ‘ପବଜି'

ଭାରତରେ ବ୍ୟାନ ହେଲା ‘ପବଜି’

ନୂଆଦିଲ୍ଲୀ: ଭାରତରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ଆପ୍ ‘ପବଜି’ ଭାରତରେ ବ୍ୟାନ ହୋଇଛି । ପବଜି ସହ ୧୧୮ଟି ମୋବାଇଲ ଆପ୍ କୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିରୁ ଆଇଟି ମନ୍ତ୍ରାଳୟ ଏହି ଚାଇନିଜ ଆପ୍ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ତଥା ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଏହାର ଅପବ୍ୟବହାର ହେଉଥିବା ଅଭିଯୋଗ ଆସିଥିଲା । ଚୋରି ଏବଂ ଅପ୍ରତ୍ୟାଶିତ ଭାବରେ ବ୍ୟବହାରୀଙ୍କ ତଥ୍ୟକୁ ଭାରତ ବାହାରେ ଅବସ୍ଥିତ ସର୍ଭରକୁ ଯାଉଥିବା ନେଇ ଅନେକ ଥର ଅଭିଯୋଗ ଆସିଥିଲା । ଏଯାଏଁ ସମୁଦାୟ ୨୨୪ଟି ଚୀନ ଆପ ଉପରେ କଟକଣା ଲାଗିଛି । ସେହିପରି ପୂର୍ବରୁ ୧୦୬ ଟି ଚୀନ ଆପ ଉପରେ କଟକଣା ଲାଗୁ କରିଥିଲେ ଭାରତ ସରକାର । ଏହି ଗେମ କୁ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ର ୬୯ଏ ଅଧୀନରେ ବ୍ୟାନ କରାଯାଇଛି । ତେବେ ପୂର୍ବରୁ ଲଦାଖ ସୀମା ରେ ତିକ୍ତତା ସୃଷ୍ଟି ଯୋଗୁଁ ଟିକଟକ ଆପ ସମେତ ୫୯ଟି ଆପ କୁ ବ୍ୟାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking