29.1 C
Bhubaneswar
Monday, May 6, 2024
Homeଓଡିଶାପିଆରଏସଆଇ ଭୁବନେଶ୍ବର ଚାପ୍ଟର ଏବଂ ଆଇଆଇଏମସି ପକ୍ଷରୁ ଜାତୀୟ ଜନସମ୍ପର୍କ ଦିବସ ପାଳନ

ପିଆରଏସଆଇ ଭୁବନେଶ୍ବର ଚାପ୍ଟର ଏବଂ ଆଇଆଇଏମସି ପକ୍ଷରୁ ଜାତୀୟ ଜନସମ୍ପର୍କ ଦିବସ ପାଳନ

ଭୁବନେଶ୍ୱ: ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ବର ଚାପ୍ଟର ପକ୍ଷରୁ ଆଜି ଜାତୀୟ ଜନସମ୍ପର୍କ ଦିବସ ପାଳନ କରାଯାଇଛି | ଏହି ଅବସରରେ ଭାରତୀୟ ଜନସଂଚାର ସଂସ୍ଥାନ (ଆଇ.ଆଇ.ଏମ୍.ସି), ଢେଙ୍କାନାଳର ମିଳିତ ସହଯୋଗରେ ‘ଜନସଚେତନତା ପାଇଁ ଜନସମ୍ପର୍କ: ଆସନ୍ତୁ ଏକ କୋଭିଡ ମୁକ୍ତ ବିଶ୍ୱ ନିର୍ମାଣ କରିବା’ ଉପରେ ୱେବିନାର ଆୟୋଜନ କରାଯାଇଥିଲା |

ୟୁନିସେଫ୍ ଇଣ୍ଡିଆର କମ୍ୟୁନିକେସନ ଫର ଡେଭେଲପମେଣ୍ଟ ବିଶେଷଜ୍ଞ ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀ ଏବଂ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଜନସମ୍ପର୍କ ମୁଖ୍ୟ ଶ୍ରୀ ରମେନ୍ଦ୍ର କୁମାର ଏହି ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ |

ପିଆରଏସଆଇର ରାଷ୍ଟ୍ରୀୟ ସଭାପତି ଡ ଡ଼ଃ ଅଜିତ ପଠକ, ଆଇଆଇଏମସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ତଥା ମୁଖ୍ୟ, ପ୍ରଫେସର ଶ୍ରୀନାଲ ଚାଟାର୍ଜୀ ଏବଂ ପିଆରଏସଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଶ୍ରୀ ଅମର ଜ୍ୟୋତି ମହାପାତ୍ର ମଧ୍ୟ ୱେବିନିନରରେ ସମ୍ବୋଧିତ କରିଥିଲେ ।

ଟୀକାକରଣ ସହିତ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର, ବାରମ୍ବାର ହାତ ଧୋଇବା ଏବଂ ଅନ୍ୟାନ୍ୟ କୋଭିଡ -19 ଉପଯୁକ୍ତ ଆଚରଣ ଭଳି ସାମାଜିକ ଟିକା ର ଅଭ୍ୟାସ ବିଷୟରେ ସଚେତନତା ଓ ଆଚରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଜନସମ୍ପର୍କ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିମାନେ ଏହି ସାମାଜିକ ଟିକା ବିଷୟରେ ଲୋକଙ୍କୁ ସଚେତନ କରିବା ଉପରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବକ୍ତାମାନେ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଆଇଏମସି, ଢେଙ୍କାନାଳର ଏବଂ କିଆଇଆଇଟି ସ୍କୁଲ ଅଫ୍ ମାସ କମ୍ୟୁନିକେସନ୍ ଛାତ୍ରଛାତ୍ରୀମାନଙ୍କ ସହିତ ପିଆରଏସଆଇ ଭୁବନେଶ୍ବର ଚାପ୍ଟରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଚାପ୍ଟରର ବରିଷ୍ଠ ସଦସ୍ୟ ଶ୍ରୀ ଶଶାଙ୍କ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ, ଆଇଆଇଏମସିର ସହକାରୀ ପ୍ରଫେସର ସମ୍ବିତ ପାଲ ପ୍ରଶ୍ନୋତ୍ତର ପରିଚାଳନା କରିଥିଲେ । ଚାପ୍ଟରର ସମ୍ପାଦକ ସଞ୍ଜୟ କୁମାର ସାହୁ ଏହି ୱେବିନାରର ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking