29.1 C
Bhubaneswar
Monday, May 6, 2024
Homeଓଡିଶାଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ବିରୋଧି ଗଣଧାରଣାରୁ ଆନ୍ଦୋଳନକାରୀଙ୍କୁ ଗିରଫ, ରାଜ୍ୟବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବ ବୋଲି...

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ବିରୋଧି ଗଣଧାରଣାରୁ ଆନ୍ଦୋଳନକାରୀଙ୍କୁ ଗିରଫ, ରାଜ୍ୟବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ବିରୁଦ୍ଧରେ ସି.ବି.ଆଇ. ତଦନ୍ତ ସହ ମେଧାବୀ ଶିକ୍ଷକ ଆଶାୟୀଙ୍କୁ ନ୍ୟାୟ ଦାବିରେ ଏ.ଆଇ.ଏସ୍‌.ଏଫ୍‌. ନେତୃତ୍ୱରେ ‘ଶିକ୍ଷା ବଞ୍ଚାଅ – ଓଡ଼ିଶା ବଞ୍ଚାଅ ଅଭିଯାନ’ ପକ୍ଷରୁ ଗତ ୧୧ ତାରିଖଠାରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ ସୁଦ୍ଧା ଦୁର୍ନୀତିର ଘଣ୍ଟ ଘୋଡାଇବା ପାଇଁ ଶିକ୍ଷା ବିଭାଗର କୌଣସି ଉଚ୍ଚ ଅଧିକାରୀ ଏହି ଆନ୍ଦୋଳନକାରୀଙ୍କ ସହ କୌଣସି ଆଲୋଚନା ନ କରି ଆଜି ଏହି ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଲଗାଇ ଗିରଫ କରିଛନ୍ତି । ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ସଭାପତି ତଥା ଅଭିଯାନର ଆବାହକ ସଂଘମିତ୍ରା ଜେନା ଗିରଫ ସମୟରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ନେତା, ମନ୍ତ୍ରୀ ଓ ଅଫିସରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଷଡ଼ଯନ୍ତ୍ରମୂଳକ ଭାବେ ଧ୍ୱଂସ କରିବା ପାଇଁ ସି.ଏଚ୍‌.ଟି. ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି ।

ମାଧ୍ୟମିକ ଶିକ୍ଷା ବୋର୍ଡର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପର୍କୀୟ ଥିବା ତଥା ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ଦ୍ୱାରା ଦଣ୍ଡିତ ଏବଂ ଓ.ଏନ୍‌.ଜି.ସି. ଦ୍ୱାରା କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇ ପରୀକ୍ଷାର୍ଥୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଛି । ସରକାରୀ ସ୍କୁଲ୍‌ରେ ମେଧାବୀ ଶିକ୍ଷକ ନରଖି ସରକାରୀ ଶିକ୍ଷାକୁ ଧ୍ୱଂସ କରିବା ପାଇଁ ରାଜ୍ୟର ଘରୋଇ ଶିକ୍ଷାବେପାରୀଙ୍କ ଲୋଭ ଓ ଲାଭ ଚରିତାର୍ଥ କରିବା ସହ ରାଜ୍ୟର ଭବିଷ୍ୟତ ଅନ୍ଧାର କରିବା ପାଇଁ ଏହା ଏକ ସରକାରୀ ଷଡ଼ଯନ୍ତ୍ର । ଆମ ଗିରଫରେ ଆନ୍ଦୋଳନ ଦବିଯିବ ନାହିଁ ବରଂ ଆହୁରି ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଏ.ଆଇ.ଏସ୍‌.ଏଫ. ରାଜ୍ୟ ସମ୍ପାଦକ କାହ୍ନୁଚରଣ ପରିଡ଼ା, ଓଜେଟା କାର୍ଯ୍ୟକାରୀ ସଭାପତି ମନୋଜ କର, ସମ୍ପାଦକ ସୁବ୍ରତ ପଣ୍ଡା, ପ୍ରତିଷ୍ଠାତା ସଭାପତି ଜୀବନ ବନ୍ଧୁ ଭୋଇ, ଶିକ୍ଷା ବଞ୍ଚାଅ ଅଭିଯାନର ଦେବବ୍ରତ ବେହେରା, ଏ.ଆଇ.ଏସ୍‌.ଏଫ.ର ରାଜ୍ୟ ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣ, ଶାସ୍ୱତ ପତି, ଆଶାୟୀ ଶିକ୍ଷକ ସଂଘର ସଭାପତି ଚନ୍ଦନ କୁମାର କହଁର, ଉପଦେଷ୍ଟା ସଂଜୟ ଗିରି, କୋଷାଧ୍ୟକ୍ଷ ଶ୍ରୀନିବାସ ବେହୁରା, ଲିପ୍‌ସା ମହାକୁଡ, ସୁଶ୍ରୀ ସାହୁ, ସ୍ନିଗ୍ଧା ସରିତା ଶାନ୍ତିଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି କମିଶନରେଟ୍ ପୋଲିସ୍ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking