33.1 C
Bhubaneswar
Wednesday, April 24, 2024
Homeଓଡିଶାଲୋକନାଥ ଚୌଧୁରୀ ସ୍ମୃତି ସମାରୋହ

ଲୋକନାଥ ଚୌଧୁରୀ ସ୍ମୃତି ସମାରୋହ

ଭୁବନେଶ୍ୱର, : ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ ମହାରଥୀ, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ, ଲୋକସଭାରେ ସିପିଆଇର ଉପନେତା, ବିଧାନସଭାରେ ପାର୍ଟିର ଦଳପତି ତଥା ବିଶିଷ୍ଟ ଜନନେତା ଲୋକନାଥ ଚୌଧୁରୀଙ୍କ ୧୯ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆଜି ପୂର୍ବାହ୍ନରେ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ଡ. ଅମିୟ ମହାନ୍ତି, ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁର ଜେନା ଓ ଜୟନ୍ତ ଦାସ ଏବଂ ଅବସରପ୍ରାପ୍ତ ଆଇଏଏସ ସୁରେଶ ଚନ୍ଦ୍ର ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ– ଲୋକନାଥ ଚୌଧୁରୀ ଛାତ୍ର ଜୀବନରୁ ବ୍ରିଟିଶ ଗୋଲାମୀର ପ୍ରତୀକ ୟୁନିୟନ ଜ୍ୟାକ୍ ପତାକାକୁ ରେଭେନ୍ସା କଲେଜ ପରିସରରୁ ଓହ୍ଲାଇ ଆଣିବାର ଐତିହାସିକ ଆନ୍ଦୋଳନର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ । ୧୯୭୪ରେ ନନ୍ଦିନୀ ଶତପଥୀଙ୍କ ସଂଖ୍ୟାଲଘୁ ସରକାର ସିପିଆଇର ୭ଜଣ ଏମଏଲଏଙ୍କ ସମର୍ଥନରେ ଚାଲିଥିବାବେଳେ ଲୋକନାଥ ଚୌଧୁରୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ ଫଳରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ଦରମା ସମ୍ଭବ ହୋଇଥିଲା । ସେ ୧୯୯୦ ଦଶକରେ ସାଂସଦ ଥିବାବେଳେ ପାର୍ଲାମେଌକ୍ଷଗ୍ଧ;ରେ ଧାରଣା ନୋଟିସ ଦେବାରୁ କେବିକେ ଯୋଜନା ପ୍ରଣୟନ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଇସ୍‌କଫର ଜାତୀୟ ସାଧାରଣ ସମ୍ପାଦକ ବିଜୟ କୁମାର ପଢ଼ିହାରୀ, ଶିକ୍ଷକ ମହାସଂଘ ସଭାପତି ନିକୁଞ୍ଜ କିଶୋର ମହାନ୍ତି, ବିଦ୍ୟୁତ୍ କର୍ମଚାରୀ ନେତା ଆକୁଳି ନାଥ, ବ୍ୟାଙ୍କ କର୍ମଚାରୀ ନେତା ପ୍ରଫୁଲ୍ଲ ତ୍ରିପାଠୀ ଓ ନୂଆଦୁନିଆର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକନାଥ ଚୌଧୁରୀଙ୍କ ତ୍ୟାଗ ଓ ସଂଗ୍ରାମମୟ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ପ୍ରତି ସାମ୍ପ୍ରଦାୟିକ ଫାସିବାଦର ବିପଦ ବିରୁଦ୍ଧରେ ସମସ୍ତ ଶକ୍ତି ଐକ୍ୟବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି ସମାରୋହରେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ବହୁସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking