28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗକୃଷକ ବିଲ ୨୦୨୦ କୁ ବିରୋଧ କରି ଶୋଭାଯାତ୍ରା

କୃଷକ ବିଲ ୨୦୨୦ କୁ ବିରୋଧ କରି ଶୋଭାଯାତ୍ରା

କଳାହାଣ୍ଡି: କେନ୍ଦ୍ର ସରକାରଙ୍କ କୃଷକ ବିଲ ୨୦୨୦ ପ୍ରତିବାଦରେ ଭବାନୀପାଟଣା ଠାରେ କିଶାନ ସଂଘର୍ଷ କୋଡିନେସନ କମିଟିର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ। ଶତାଧିକ ଚାଷୀ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଜିଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଥମତଃ ସରକାର ଅଧ୍ୟାଦେଶ ଜରିଆରେ ବିଲ୍ ପାସ୍ କରି କୃଷି କ୍ଷେତ୍ରରେ କର୍ପୋରେଟକୁ ପ୍ରୟାସ କରି ଚାଷୀଙ୍କ ସହ ବିଶ୍ବାସଘାତ କରିଥିବା ଅଭିଯୋଗ କରିଛନ୍ତି। ଦ୍ବିତୀୟତଃ ଜମାଖୋରୀକୁ ଲାଭ ପହଞ୍ଚାଇବାକୁ ଯାଇ ବର୍ତ୍ତମାନ ର ନିୟନ୍ତ୍ରିତ ବଜାର କମିଟି ଆଇନ କୁ ଦୁର୍ବଳ କରାଯାଇଛି। ଯାହାକୁ ଚାଷୀ ସ୍ବୀକାର କରିବ ନାହିଁ। ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି। ଏହି ଚାଷୀ ବିକ୍ଷୋଭ କୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ର ସମର୍ଥନ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking