ଜଙ୍ଗଲ ଜମିରେ ପିଚୁ ଫେବର ଓ ମୋହୋରମ ଚୋରା ଚାଲାଣ ନେଇ ଗ୍ରାମବାସୀ ରେଞ୍ଜର ଅଫିସରେ ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦି ତହସିଲରେ ଜଙ୍ଗଲ ଓ ଗୋ ଚର ଜମିକୁ ବଡ ପ୍ରଶାସନ ଅଧିକାରୀ ପ୍ରଭାବ ଶାଳୀ ମାନେ ନିଜ କବାଜ ରଖିବାବେ ନିୟମ ଭାବ ନିଜ ନାମରେ ରେକର୍ଡ ଭୁକ୍ତ କରାଇ ନେଇଥିବାର ନଜର ରହିଛି । ଏବେ କେତକ ବ୍ୟକ୍ତି ଜଙ୍ଗଲ ଜମି ରେ ଛୋଟ କାରଖାନା ଓ କୋଠା ବାଡ଼ି ଵେବସାୟ ପ୍ରତିଷ୍ଠା ନ କରିଛନ୍ତି ସେମାନଙ୍କ ପାଇଁ ଜଙ୍ଗଲ ଆଇନ ଲାଗୁ ନାହିଁ ସାଧାରଣ ଜନତା ପାଇଁ ଏହି ଆଇନ ଲାଗୁଚି । ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦାନଗଦି ତହସିଲର ମଙ୍ଗଳପୁର ପଂଚାୟତ ଖରଡ଼ି ମୌଜାରେ ।
ଏହି ତହସିଲି ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତ ଖରଡ଼ି ଠାରେ ଥିବା ପିଚୁ ଫେବର ମିଲି ଓ ନିକଟରେଥିବା ମୋହୋରମ ଖାଦାନ ଏହାକୁ ଗ୍ରାମ ବାସୀ ବିରୋଧ କରୁଛନ୍ତି । ଏ ସମ୍ପର୍କରେ ଦାନଗଦି ତହସିଲଦାର, ଯାଜପୁର ରୋଡ ରେଞ୍ଜର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ । ଏହାକୁ ଗ୍ରାମବାସୀ ମାନେ ବିରୋଧ କରି ରେଞ୍ଜର ଅଫିସକୁ ଘେରିଥିଲେ, ନାର ବାଜି ଦେହି ଥିଲେ ଉକ୍ତ ମୌଜାରେ । 107 ଏକରର କାଜୁ ଜଙ୍ଗଲ ଜମି ଅଛି ଓ 3 ଏକର ପିଚୁ ଫେବର ମିଲି ଅଛି । ସେଥିପାଇଁ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ବାସୀ ଅନେକ ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଡିଓଫୋ ରେଞ୍ଜର ତହସିଲଦାର ସମସ୍ତଙ୍କୁ ଅଭିଯୋଗ କରିଥିଲେ। କୋଣସି କାଯ୍ୟନୁଷ୍ଠାନ ନ ହେବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ଜଙ୍ଗଲ ଜମିରୁ ବେନିୟମ ଖାଧାନ ଓ ପିଚୁ ପ୍ଲାଣ୍ଟ ଉଛେଦ କରା ନଗଲେ ପରିସ୍ଥିତି ଭୟା ଭୟ ହେବ ବୋଲି ମଙ୍ଗଳପୁର ପଞ୍ଚାୟତ ବାସୀ ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବେନିୟମ କାର୍ଯ୍ୟକୁ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ପ୍ରଶୟ ଦେଉଛନ୍ତି । ଯାଜପୁର ରୋଡ଼ ରେଞ୍ଜର ସୁରକ୍ଷା କବଚ ତଳେ ରହି ପିଚୁ ପ୍ଲାଣ୍ଟ ମାଲିକ ଓ ମହରମ ମାଫିଆ କାୟା ବିସ୍ତାର କରି ଚାଲିଛନ୍ତି । ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି ।ମଙ୍ଗଳପୁର ପଞ୍ଚାୟତ ବାସୀ ବାଧ୍ୟ ହୋଇ ଯାଜପୁର ରୋଡ଼ ରେଞ୍ଜର ଅଫିସକୁ ଆସି ଘେରିଥିଲେ । ତୁରନ୍ତ ଜଙ୍ଗଲ ଜମିକୁ ମାଫିଆଙ୍କ ହସ୍ତରୁ ଉଦ୍ଧାର କରିବା ପାଇଁ ଦାବୀ କରିଥିଲେ । ଜଙ୍ଗଲ କିସମ ଜମି ରେ ବର୍ତ୍ତମାନ ଚାଲିଛି ପିଚୁ କାରଖାନା ଏ ଖବର ଜଙ୍ଗଲ ବିଭାଗର ନିକଟରେ ନାହଁ ବୋଲି ନୂଆ କରି ଯୋଗ ଦେଇଥିବା ଫରେଷ୍ଟର କହିଛନ୍ତି। ଏହାର ଏକ joint verification କରାଯିବ ବୋଲି କହିଛନ୍ତି । ଅନ୍ୟପଟରେ ଗ୍ରାମବାସୀ କହିବା ଅନୁସାରେ ଏଠାରେ ଏକ ପାନୀୟ ପ୍ରକଳ୍ପ ପ୍ରୋଜେକ୍ଟର ଯୋଜନା ହୋଇଛି । ଯାହାଦ୍ୱାରା ସମଗ୍ର ଅଞ୍ଚଳରେ ପାନୀୟ ଜଳଠୁ ଆରମ୍ଭ କରି ଚାଷ ବାସ ର ସୁବିଧା ହେବ ତାହା ସହ ଏଠାରେ ଜଙ୍ଗଲ ସୃଷ୍ଟି କରାଗଲେ ସ୍ଥାନୀୟ ଶିଳ୍ପାଞ୍ଚଳର ଧୂଳିଧୂଆଁ ରୁ ରକ୍ଷା ମିଳିବ। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ।

LEAVE A REPLY

Please enter your comment!
Please enter your name here