ମେଘା ଉଠା ଜଳସେଚନ ଯୋଜନା ହୋଇଛି ଚୋରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲାଞ୍ଜି ମେଘା ଉଠା ଜଳସେଚନ ପ୍ରକଳ୍ପ ଲାଞ୍ଜି ଗ୍ରାମ ପରିବର୍ତ୍ତେ ହେଉଛି ଚପ୍ରିଆ ଗ୍ରାମରେ କାର୍ଯ୍ୟ
GVPR ଇଞ୍ଜିନିୟର୍ସ ଲିମିଟେଡ଼ /ହାଇଦ୍ରାବାଦ ଙ୍କ ଦ୍ୱାରା ଚାଲିଛି କାର୍ଯ୍ୟ ।କାର୍ଯ୍ୟାଦେଶ ୧୨/୧୨/୧୬ରୁ ଆରମ୍ଭ ହୋଇ ୨୫/୦୬/୨୦୧୯ ଶେଷ ହେବା ପାଇଁ ହୋଇଛି ଚୁକ୍ତିନାମା ଏକ ପ୍ରକଳ୍ପ ସମାପ୍ତ କେବେ ହେବ ସାଧାରଣ ମହଲରେ ପ୍ରଶ୍ନବାଚି ?ନିରୀହ ସରଳଶ୍ରମିକ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ ର ମୂଲ୍ୟ ପାଇବା ପରିବର୍ତ୍ତେ ମିଳୁଛି ତାଙ୍କୁ ପୁଳାଏପୁଲାଏ ଗାଳି ଓ ଧମକ । ଏମିତିକି ଅନ୍ୟ ରାଜ୍ୟରୁ ଆସି ୨ମାସ କାମ କରିଥିବା ଶ୍ରମିକ ଭୋକ ଉପାସରେ ଡହଳ ବିକଳ ହୋଇ ଫେରି ଯାଇଛନ୍ତି ଯେ ଯା ବାଟରେ । ଅତି ନିମ୍ନ ମାନ ର କାର୍ଯ୍ୟ 12 mm ଛଡ ପରି ବର୍ତେ 8 mm ଛଡରେ ହେଉଛି କାର୍ଯ୍ୟ କିଛି କାଂସରେ ମାଟି ଛାଡ଼ିଲାଣି ପ୍ଲିନ୍ତ ଲେବୁଳ୍ । ଏ ବିଷୟରେ ଗଣମାଧ୍ୟମ ପ୍ରତିନିଧି ମାନେ ସୁଚନା ପାଇଲା ପରେ ସତ୍ୟାସତ୍ୟ ପଚାରିବାକୁ ଗଲା ପରେ ଦୁର୍ବ୍ୟବହାରରୁ ବାଦ ପଡ଼ିନି ସାମ୍ବାଦିକ ଗଣ । ରାଜନେତାଠୁଁ ତନ୍ତ୍ର ଯାଏ ସବୁ ଆମରି ହାତରେ । ଲୋକଙ୍କୁ ଟଙ୍କା ଦେଇ ମୁହଁ ବନ୍ଧ କରିବାର ସାମର୍ଥ୍ୟ ଅଛି ବଳି ଖୋଲା ଖୋଲି ପ୍ରକାଶ କରିଛନ୍ତି ମ୍ୟାନେଜର ଶ୍ରୀ ଗଙ୍ଗାଧର ରାଓ । ଏଥିରେ ପ୍ରଶ୍ନ ଉଠେ ସତରେ ଏମାନଙ୍କ ସହିତ ରାଜନେତା ଓ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଅଛି କୀ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ଅତ୍ମାସାତ ହେବ ନାହିଁ ତ ସାଧାରଣ ମହଲରେ ଚର୍ଚା ହେବା ସହ ରାଜନେତା ମାନେ କେତେ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ଓ ତମାମ ଚାଷୀ କୂଳକୁ ହସ ଫୁଟାଇବେ ତାହା ଦେଖିବାକୁ ଵାକି ରହିଲା ।

LEAVE A REPLY

Please enter your comment!
Please enter your name here