28.1 C
Bhubaneswar
Thursday, May 2, 2024
Homeଓଡିଶା୧୫% ଫି ଛାଡ଼ କରିବେ ଘରୋଇ ସ୍କୁଲ

୧୫% ଫି ଛାଡ଼ କରିବେ ଘରୋଇ ସ୍କୁଲ

ଭୁବନେଶ୍ୱର : ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକଙ୍କୁ ମିଳିଲା ଆଶ୍ୱସ୍ତି । ଘରୋଇ ସ୍କୁଲ ୧୫ ପ୍ରତିଶତ ଫି ଛାଡ଼ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। କରୋନା ବେଳେ ଘରୋଇ ସ୍କୁଲ ଫି ଛାଡ଼ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରେ ଯେଉଁ ବିଦ୍ୟାଳୟଗୁଡ଼ିକ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରିଥିବେ ସେମାନଙ୍କ ଫିରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଯେଉଁମାନେ ଏମ୍ଓୟୁ ସ୍ୱାକ୍ଷର କରିନଥିବେ ସେମାନେ ୧୫ ପ୍ରତିଶତ ସ୍କୁଲ ଫି ଛାଡ଼ କରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ସ୍କୁଲର ଫିର ୧୫ ପ୍ରତିଶତ କମ୍ ଫି ୨୦୨୦-୨୧ରେ ଆଦୟ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସ୍କୁଲ ଦେୟ ଦାଖଲ କରିଛନ୍ତି ସେମାନଙ୍କୁ ବି ଏହି ସୁବିଧା ମିଳିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking