43.9 C
Bhubaneswar
Friday, April 19, 2024
Homeଓଡିଶାଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ମନ୍ଥର, ତିବ୍ର ଅସନ୍ତୋଷ ପ୍ରକାଶ କଲେ ନରସିଂହ

ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ମନ୍ଥର, ତିବ୍ର ଅସନ୍ତୋଷ ପ୍ରକାଶ କଲେ ନରସିଂହ

ବଲାଙ୍ଗିର : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ନିର୍ମାଣାଧିନ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟ ତଦାରଖ କରିଛନ୍ତି । ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ସେ ନିର୍ମାଣକାରୀ ସଂସ୍ଥା ଓ ପ୍ରକଳ୍ପ ମ୍ୟାନେଜର ଉପରେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭୀମ ଭୋଇ ମେଡିକାଲର ନିର୍ମାଣ ଏଭଳି ମନ୍ଥର ଗତିରେ ଚାଲିଲେ ଏହା ଜୁନ ୨୦୨୨ ସୁଦ୍ଧା ସଂପୁର୍ଣ୍ଣ ହୋଇ ପାରିବ ନାହିଁ । ତେବେ ଏଭଳି ସ୍ଥିତିରେ ଡିସେମ୍ବର ସୁଦ୍ଧା ବିବିଏମସିଏଚ ମେଡିକାଲ କାମ ସଂପୁର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଉପସ୍ଥିତ ପ୍ରକଳ୍ପ ମ୍ୟାନେଜର ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ଶ୍ରୀ ମିଶ୍ର ବିଭାଗୀୟ ଯନ୍ତ୍ରୀ, ପ୍ରକଳ୍ପ ମ୍ୟାନେଜର ତଥା ସାଇଟ ଯନ୍ତ୍ରୀମାନଙ୍କ ସହିତ ସାଇଟ୍ ପରିଦର୍ଶନ କରିଥଲେ ।

ସେ ସମୟରୁ ଆଜି ପର୍ଯ୍ୟନ୍ତ ହସପିଟାଲ କାର୍ଯ୍ୟର ଖାସ ଅଗ୍ରଗତି ହୋଇ ପାରି ନାହିଁ । ଏହି ପ୍ରକଳ୍ପ ୨୦୨୨ ଜୁନ ସୁଦ୍ଧା ସଂପୁର୍ଣ କରିବାକୁ ନିର୍ମାଣକାରୀ ସଂସ୍ଥା ତଥା ସରକାରଙ୍କ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ କାର୍ଯ୍ୟର ଅଗ୍ରଗତିକୁ ଦେଖିଲେ ୨୦୨୨ ଜୁନ ମାସ ସୁଦ୍ଧା ଏହା ସଂପୁର୍ଣ୍ଣ ହେବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି । ତେଣୁ ପ୍ରକଳ୍ପର ଅଗ୍ରଗତି ଉପରେ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ୨୦୨୨ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସଂପୁଣ୍ଣ କରିବାକୁ ପ୍ରକଳ୍ପ ମ୍ୟାନେଜର ଆଶିଷ କର ତଥା ଅନ୍ୟନ୍ୟ ଯନ୍ତ୍ରୀମାନଙ୍କୁ ସିଧା ସିଧା ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ଏହି ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ କ୍ୟାମ୍ପସ ଭିତରେ ମର ଶରିର ସଂରକ୍ଷଣ ଗୃହ, ବିଦ୍ୟୁତ ସବ ଷ୍ଟେଷନ ଓ ଷ୍ଟାଫ କ୍ୱାଟର ତଥା ନର୍ସ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବା କଥା । କିନ୍ତୁ ନର୍ସ ହଷ୍ଟେଲ ଓ ଷ୍ଟାଫ କ୍ୱାଟର ର ନିର୍ମାଣ କାର୍ଯ୍ୟ ମଧ୍ୟ ଧିମେଇ ଯାଇଥିବା ଶ୍ରୀ ମିଶ୍ର କ୍ଷୋଭ ର ସହିତ କହିଛନ୍ତି । ତେବେ ମେଡିକାଲ କଲେଜର ମୂଖ୍ୟ କୋଠା ନିର୍ମାଣରେ ପୁର୍ବତନ ନିର୍ମାଣ ସଂସ୍ଥା ଦ୍ୱାରା ଅନେକ ଜାଗାରେ ନିମ୍ନମାନର କାମ ହୋଇଥିବା ଦେଖା ଯାଇଥିଲା । ତେଣୂ ଏଠାରେ ତାହାର ପୁନାରବୃତ୍ତି ନକରିବା ପାଇଁ ପ୍ରକଳ୍ପ ମ୍ୟାନେଜରଙ୍କୁ ଶ୍ରୀ ମିଶ୍ର ସତର୍କ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking