28.1 C
Bhubaneswar
Thursday, May 2, 2024
Homeଓଡିଶାବିଚାରାଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବିଚାରାଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ନବରଙ୍ଗପୁର : ଜଣେ ବିଚାରାଧୀନ କଏଦୀର ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଲା ପୁରସତୀ ଖଡ଼ା। କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗ୍ରାମର ପୁରସତୀ ଖଡ଼ା । ୨୦୧୯ ମସିହା ସେପ୍ଟେମ୍ବର ମାସ ୨୩ ତାରିଖ ଠାରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସେ ବିଚାରାଧୀନ କଏଦୀ ଭାବେ ନବରଙ୍ଗପୁର ଉପକାରାଗାରରେ ଥିଲେ।
ସୂଚନା ଅନୁଯାୟୀ, ପୁରସତୀଙ୍କୁ ଯକୃତ ଜନିତ ରୋଗର ଚିକିତ୍ସା ପାଇଁ ଗତ ୪ ତାରିଖରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତ ୩ ତାରିଖ ଦିନ ତାଙ୍କ ଦେହ ଖରାପ ହେବା ପରେ ୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି
ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking