43 C
Bhubaneswar
Tuesday, April 16, 2024
Homeଓଡିଶାଶିବ ରାତ୍ରୀ କାହିଁକି ପାଳନ କରାଯାଏ..

ଶିବ ରାତ୍ରୀ କାହିଁକି ପାଳନ କରାଯାଏ..

ଭୁବନେଶ୍ୱର: ଭାରତରେ ପ୍ରତିବର୍ଷ ମହାଶିବରାତ୍ରୀ ଖୁବ ଧୁମ ଧାମରେ ପାଳିତ ହୁଏ । ଏହି ପର୍ବ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳିତହୁଏ । ଏହି ଦିନରେ ଶିବ ଭକ୍ତଙ୍କ ସହ ମହାଦେବଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକ ଉପବାସ ରଖିଥାନ୍ତି । ଶିବଲିଙ୍ଗ ଉପରେ ବେଲପତ୍ର, ଫୁଲ ଆଦି ଚଢ଼ାଇ ମହାଦେବଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଏହା ସହ ଖୀଓ ଜଳ ମଧ୍ୟ ଅର୍ପଣ କରିଥାନ୍ତି । ସମସ୍ତେ ମାନନ୍ତି ଏହି ଦିନରେ ହୃଦୟର ସହ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଶିବ ତାର ସବୁ ଦୁଃଖ ହରଣ କରନ୍ତି ଓ ଭକ୍ତର ମନସ୍କାମନା ପୂରଣ କରିଥାନ୍ତି ।

ମହାଶିବରାତ୍ରୀ ପାଳନ କରିବାକୁ ନେଇ ବହୁ ଲୋକ କଥା ରହିଛି । ଶିବ ଅର୍ଥ କଲ୍ୟାଣ । ଯିଏ କଲ୍ୟାଣକାରୀ ଅଟେ ସେ ହିଁ ଶିବ ଅଟନ୍ତି । ଶାସ୍ତ୍ରରେ ଶିବଙ୍କୁ ମହାଦେବ ମଧ୍ୟ କୁହନ୍ତି । କାହିଁକି ନା ସେ ମନୁଷ୍ୟ, ନାଗ, ଦେବତା, ଦୈତ୍ୟ, କିନ୍ନର, ଗନ୍ଧର୍ବ, ପଶୁପକ୍ଷୀ ଏବଂ ସମସ୍ତ ବନସ୍ପତି ଜଗତର ସ୍ୱାମୀ ଅଟନ୍ତି । ଶିବଙ୍କର ଆରାଧନାରେ ସମ୍ପୂର୍ଣ୍ଣ ସୃଷ୍ଟିରେ ସମନ୍ୱୟ, ଅନୁଶାସନ ଏବଂ ପ୍ରେମ ଭକ୍ତିର ସଂଚାର ହୋଇଥାଏ । ମହାଶିବରାତ୍ରୀର ଅର୍ଥ ମହାଦେବଙ୍କୁ ସ୍ମରଣ କରିବାର ରାତି ଅଟେ । ଏମିତିରେ ଗୋଟିଏ ବର୍ଷରେ ୧୨ଟି ଶିବରାତ୍ରୀ ଆସିଥାଏ । ଯାହାକି ସବୁ ମାସର କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ । କିନ୍ତୁ ଫ୍ଲାଗୁନ ମାସର କୃଷ୍ଣଚତୁର୍ଦ୍ଦଶୀକୁ ହିଁ ମହାଶିବରାତ୍ରୀ କୁହାଯାଏ । ପ୍ରତିବର୍ଷ ଭାରତବର୍ଷରେ ଖୁବ ଉଲ୍ଲାସର ସହ ଏହି ଦିନକୁ ପାଳନ କରାଯାଏ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking