30.1 C
Bhubaneswar
Monday, May 6, 2024
Homeଅପରାଧରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ଉଦ୍ୟୋଗପତି ରାଜ୍ କୁନ୍ଦ୍ରାଙ୍କୁ ଶେଷରେ ଜାମିନ ମିଳି ଯାଇଛି । ମାଜିଷ୍ଟ୍ରେଟ କୋର୍ଟ  ୫୦ ହଜାର  ବଦଳରେ ଜାମିନ ପ୍ରଦାନ କରିଛନ୍ତି । ରାଜ୍ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ କଣ୍ଟେଣ୍ଟ ଓ ତାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରୁଥିବା ଆରୋପ ରହିଛି । ୧୯ ଜୁଲାଇରେ ଜେରା ପରେ ରାଜଙ୍କୁ ଗିରଫ କରାଯାଇଥିଲା । ରାଜ ଏମିତି ଏକ ହ୍ୱାଟ୍ସଆପ ଗୃପର ମେମ୍ବର ଥିଲେ ଯେଉଁଥିରେ ପର୍ଣ୍ଣ  ଫିଲ୍ମ ବିଜିନେସ ସହ ଜଡିତ ମେସେଜ ଦିଆନିଆ ହେଉଥିଲା ।

ଏହି ହୁଆଟ୍ସ ଅପ ଗ୍ରୁପର ନାଁ “H” ଆକାଉଣ୍ଟ ରଖାଯାଇଥିଲା । ଆଉ ଏହି ଗ୍ରୁପରେ ଥିବା ସମସ୍ତ ଲୋକେ ପର୍ଣ୍ଣୋଗ୍ରାଫିକ ବିଜିନେସରେ ଜଡିତ ଥିଲେ । ଆଉ ରାଜ କୁନ୍ଦ୍ରା ମାର୍କେଟିଙ୍ଗ, ସେଲ୍ସ ଓ ମଡ଼େଲସର ପେମେଣ୍ଟ ସହ ଜଡିତ ନେଇ ମେସେଜ କରୁଥିଲେ । କେଉଁ ମଡେଲକୁ କେତେ ପ୍ରାପ୍ୟ ଦିଆଯିବ, କେଉଁ ଉପାୟରେ ରେଭିନ୍ୟୁ ବଢାଯିବ ସେନେଇ ମେସେଜ କରିଆସୁଥିଲେ ରାଜ କୁନ୍ଦ୍ରା । ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଥ୍ୟ ରଖୁଥିଲେ । ଫିଲ୍ମ ତିଆରି ହେବା ପରେ ଆପ ଓ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରାଯାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇ ଆସୁଥିଲା ।  ଏନେଇ ଚଳିତ ବର୍ଷ ଫେବୃଆରୀ ମାସରେ ରାଜଙ୍କ ବିରୋଧରେ କେଶ ଦାୟର ହୋଇଥିଲା ।  ରାଜଙ୍କ ବିରୋଧରେ ଉଠିଥିବା ଏହି ଅଭିଯୋଗ ପ୍ରଥମ ନୁହେଁ । ଏହା ପୂର୍ବରୁ ଥରେ ମଡେଲ ପୁନମ ପାଣ୍ଡେ ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀଙ୍କ ନାଁରେ ହାଇକୋର୍ଟରେ ଏକ କେଶ ଦାୟର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking