କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବାରିମୂଳ ପଂଚାୟତ ରାୟପୁର ଗ୍ରାମର ବୀରକିଶୋର ମଳିକଙ୍କ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିବା ପୁଅ ଚନ୍ଦନ (୧୭) ଗତକାଲି ରାତିରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତଚନ୍ଦନ ନିକିରାଇ ସ୍ଥିତ ବୀର ହନୁମାନଜୀଉ କଲେଜରେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ଥିଲେ।ଗତକାଲି ରାତିରେ ଖାଇପିଇ ପରିବାର ଲୋକ ଶୋଇବା ପରେ ବିଳମ୍ବିତ ରାତିରେ ଚନ୍ଦନ ସୋଇଥିବା ଘରେ ସଂଘାରେ ରସି ଦେଇ ଆତ୍ମହତ୍ୟା କରିଦେଇଥିଲେ। ସକାଳୁ ପରିବାର ଲୋକ ଏହା ଦେଖି ଶବକୁ ତଳକୁ ଓହ୍ଲାଇଥିଲେ। ତେବେ ଛାତ୍ର ଚନ୍ଦନଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିପାରି ନାହିଁ। ମୃତକଙ୍କ ବାପା ବୀରକିଶୋର ଏହି ଘଟଣା ନେଇ ସଦର ଥାନାରେ କରିଥିବା ଅଭିଯୋଗ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି।










