42.1 C
Bhubaneswar
Saturday, April 27, 2024
Homeଓଡିଶାଟ୍ରକକୁ ପିଟିଲା ପିକ୍ଅପ୍‌‌ ଭ୍ୟାନ : ଚାଳକ ମୃତ

ଟ୍ରକକୁ ପିଟିଲା ପିକ୍ଅପ୍‌‌ ଭ୍ୟାନ : ଚାଳକ ମୃତ

ଆଠଗଡ : ଆଠଗଡ-ଖୁଣ୍ଟୁଣୀ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୋରଡ ଓ ଗୋପିନାଥପୁର ନିକଟବର୍ତି ପେଟ୍ରୋଲ ପମ୍ପ ପାଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଛିଡା ହୋଇଥିଲା । ଏବଂ ସମ୍ନା ପଟୁ ଆସୁଥିବା ଏକ ପିକଅପ ଭ୍ୟାନ ଛିଡାହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହା ଫଳରେ ପିକଅପ ଭ୍ୟାନର ଚାଳକଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ସୋମବାର ପ୍ରାୟ ଅପରାହ୍ନ ସମୟରେ ଏହି ଅଘଟଣା ଘଟିଥିଲା । ଆଠଗଡ ପଟୁ ଆସୁଥିବା ଏକ ପ୍ଲାଷ୍ଟିକ ବୋଝେଇ ପିକଅପ ଭ୍ୟାନଟି ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଭ୍ୟାନ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking