40.1 C
Bhubaneswar
Saturday, April 27, 2024
Homeଓଡିଶାପାଗଳ କୁକୁର କାମୁଡ଼ାରେ ୧୧ ଆହତ

ପାଗଳ କୁକୁର କାମୁଡ଼ାରେ ୧୧ ଆହତ

ବଣାଇ : ପାଗଳ କୁକୁର କାମୁଡ଼ାରେ ପ୍ରାୟ ୧୧ ଜଣ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଯାହାଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଣାଇରେ । ସୂଚନା ଅନୁଯାୟୀ,ବଣାଇରେ ଏକ ପାଗଳ କୁକୁର ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ ସମସ୍ତଙ୍କୁ ଆକ୍ରମଣ କରୁଛି । ଯାହାଫଳରେ ସମସ୍ତେ ଭୟଭୀତ ହୋଇଯାଇଛନ୍ତି । ରାତି ଦିନ ସବୁ ସମୟରେ ଯାହାକୁ ଦେଖୁଛି ତାଙ୍କୁ ଆକ୍ରମଣ କରୁଛି । ଏନେଇ ଛୋଟପିଲାମାନଙ୍କୁ ବାହାରକୁ ଛାଡ଼ୁନାହାନ୍ତି ପରିବାର ଲୋକେ । ଏଥିସହ ସ୍ଥାନୀୟ ଅଂଚଳରେ ଲୋକେ ବୁଲା କୁକୁରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା ବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣାର ସାମ୍ନା କରୁଛନ୍ତି ଲୋକମାନେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking