29.1 C
Bhubaneswar
Monday, May 6, 2024
HomeUncategorizedସାମାଜିକ ଅନୁଷ୍ଠାନ “ପିକକ୍‍” ର ୩୦ ବର୍ଷ ପୂର୍ତ୍ତୀ ରେ ଅଲୋଚନାଚକ୍ର କାର୍ଯ୍ୟକ୍ରମ ଓ କୋଭିଡ...

ସାମାଜିକ ଅନୁଷ୍ଠାନ “ପିକକ୍‍” ର ୩୦ ବର୍ଷ ପୂର୍ତ୍ତୀ ରେ ଅଲୋଚନାଚକ୍ର କାର୍ଯ୍ୟକ୍ରମ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ୱର : ସମାଜର ବିକାଶରେ ପରିବର୍ତ୍ତନ ଆଣିବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କର ବହୁ ଗୁରୁତ୍ୱପୂର୍ଣ ଭୁମିକା ରହିଛି ବୋଲି “ପିକକ୍‍’ର ୩୦ ତମ ଜୟନ୍ତୀ ଅବସରରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ର ରେ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି । ଏହି ସଭାରେ ଯୋଗଦେଇ ଖୋର୍ଦ୍ଧା ର ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କୋଭିଡ୧୯ ପରି ଏକ ବିଷମ ପରିସ୍ଥିତି ରେ ସମସ୍ତେ ମିଳିମିଶି କାମ କରିବା ଉଚିତ୍‍ ବୋଲି ମତ ବ୍ୟକ୍ତ କରିଥିଲେ । ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ପିକକ୍‍ ଶିଶୁ ମାନଙ୍କର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଓ ସେ ଭବିଷ୍ୟତ ରେ ଏହାକୁ ଅହୁରି ଆଗକୁ ନେବ ବୋଲି ଆଶାପ୍ରକାଶ କରିଥିଲେ । ଓଡିଶା ସରକାରଙ୍କର ପୂର୍ବତନ ମୁଖ୍ୟ ଶାସନ ସଚିବ ଡଃ ସହଦେଵ ସାହୁ ପିକକ୍‍ ର କାର୍ଯ୍ୟକ୍ରମର ପ୍ରଶଂସା କରି ଅଭିନନ୍ଦନ ଜଣାଇଥିଲେ। ଏଇଆଇଏନ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଫ୍ରାନକୋଇସ ବିନ୍ସ୍‍ଫିଲ୍ଦ ପ୍ରମୁଖ ଯୋଗ ଦେଇ ପିକକ୍‍ କୁ ଅଭିନନ୍ଦିତ କରିବା ସହ ଆଗକୁ ଏହିପରି ଜନହିତକାରୀ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ । ପିକକ୍‍ ର ଅଧ୍ୟକ୍ଷା ଆଦରମଣି ବରାଳ ମଧ୍ୟ ଏହି ଆଲୋଚନାଚକ୍ର ରେ ଉପସ୍ଥିତ ଥିଲେ । ପିକକ୍ ର ସମ୍ପାଦକ ରଂଜନ କୁମାର ମହାନ୍ତି ପିକକ୍ ର ୩୦ ବର୍ଷ ର ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ଅଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କ ରେ ସମସ୍ତ ଙ୍କୁ ଅବଗତ କରାଇଥିଲେ । ଶିଶୁ ଅଧିକାର ପ୍ରସାର ନିମନ୍ତେ ପିକକ୍‍ର ଗୁଡୱିଲ ଅମ୍ବାସଡର ଓ ଓଡିଆ ଅଭିନେତ୍ରୀ ଭୁମିକା ଦାଶ ଏବଂ ଖେଳ ଅଧିକାର ର ପ୍ରସାର ନିମନ୍ତେ ପିକକ୍‍ର ଗୁଡୱିଲ ଅମ୍ବାସଡର ଅଂଶିକା ରାଉତରାଏ ମଧ୍ୟ ଉପସ୍ଥିତ ରହି ପିକକ୍‍ କୁ ଅଭିନନ୍ଦନ ଜଣାଇ ଥିଲେ ପିକକ୍‍ ଟ୍ରେଜରର୍‍ ରତ୍ନା ଦାଶ ଏହି ସଭା ରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ପିକକ୍‍ କୁ ଶୁଭେଛା ର ବାର୍ତ୍ତା ମଧ୍ୟ ପ୍ରେରଣ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଆନ୍ଧ୍ରର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୁଷଣ ହରିଚନ୍ଦନ୍, ବରିଷ୍ଟ ପୋଲିସ ଅଧିକାରୀ ଓ ଡିଜି ପ୍ରିଜନ‍ ସନ୍ତୋଷ ଉପାଧ୍ୟାୟ, ସାଇଭାକ ର ମହା ନିର୍ଦ୍ଦେଶକ ରିଞ୍ଚେନ ଚୋପେଲ୍, ଆରଡିସି ନିରଂଜନ ସାହୁ, ଆଇଏସ୍, ଓଏସଡିଏମଏ ର ପରିଚାଳନା ନିର୍ଦ୍ଦେଶକ ପ୍ରଦିପ କୁମାର ଜେନା, ଆଇଏସ୍, ଅବସର ପ୍ରାପ୍ତ ବରିଷ୍ଟ ପ୍ରଶାସକ ପ୍ରଦିପ କୁମାର ବିଶ୍ୱାଳ, ଆଇଏସ୍, ସିଏସିଏଲ ର କନଭେନର ମାଥ୍ୟୁ ଫିଲିପ୍ସ‍‍, ଆଏସିଆର ର ରେଜିଆ ଇସ୍‍ମାଇଲ୍‍, ଆଡପସ୍ନ୍‍ ସେଣ୍ଟ୍ରମ୍‍ ର ରୁବି ରାଉତ୍‍, ଉଲୁରିକା ଓବର୍ଗ, ଇଭା ମାରିଆ, ତେରେ ଦେଶ୍‍ ହୋମ୍ସ୍‍ ର ଇନ ଗ୍ରିଡ ମାଣ୍ଡୋନକା, ପି. ଇ. ରେଜି, ସେଭ ଦି ଚିଲ୍ଦ୍ରେନ ର ସୌମ୍ୟକାନ୍ତ ମିଶ୍ର,ଦି ହଙ୍ଗର ପ୍ରୋଜେକ୍ଟ ର ସୁକାନ୍ତ ମହାପାତ୍ର, ପିକକ୍‍ ର ନିର୍ଦ୍ଦେଶିକା ଡ. ମିନାକ୍ଷୀ ପଣ୍ଡା, ଓଡିଶୀ ନୃତ୍ୟ ବିଶାରଦ ଡ. ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ସମଜସେବୀ ଡ. ଶାନ୍ଥା ସିହ୍ନା, ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ ଜତିନ୍ଦ୍ର ଦାଶ୍, ମାଧବାନନ୍ଦ ବେହେରା, ଉଦ୍ୟାନବିତ୍‍ ଡ. ଅଶୋକା ନନ୍ଦ ଧର୍ ମଧ୍ୟ ଶୁଭେଛା ଜଣାଇଥିଲେ।
ପିପୁଲସ୍‍ କଲ୍ଚରାଲ୍‍ ସେଣ୍ଟର (ପିକକ୍‍), ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ର ଆରମ୍ଭ ଆଜିକୁ ୩୦ ବର୍ଷ ପୂର୍ବେ ଏକପ୍ରକରର ବିଚାର ଧାରା ସମ୍ପର୍ଣ୍ଣ କିଛି ବ୍ୟକ୍ତି ବିଶେଷ ମାନଙ୍କ ଉଦ୍ୟମରେ ଶିଶୁ ମାନଙ୍କ କଲ୍ୟାଣ ଓ ଲୋକ ସଂସ୍କୃତି ବିକାଶ ନିମନ୍ତେ ୧୯୯୦ ମସିହା ରେ ଆରମ୍ଭ କରାଯାଇଥିଲା । ସେହି ଦିନଠାରୁ ପିକକ୍‍ ଆର୍ଥିକ ରୂପେ ଦୁର୍ବଳ ଓ ସୀମିତ ବର୍ଗ ର ଲୋକମାନଙ୍କ ର ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଅଛି । ବିଶେଷକରି ଶିଶୁ, ମହିଳା, ଯୁବବର୍ଗ ଓ ବୃଦ୍ଧ ମାନଙ୍କ ଉନ୍ନତି ହିଁ ପିକକ୍‍ ର ମୁଖ୍ୟ ଲକ୍ଷ । ସମାଜ ରୁ ଶିଶୁଶ୍ରମ ର ଉଛେଦ ନିମନ୍ତେ ପିକକ୍‍ କରିଥିବା ଚେଷ୍ଟା ଉଲ୍ଲେଖନିୟ । ବିଗତ ୩୦ ବର୍ଷ ରେ ପିକକ୍‍ ୩୫୦୦୦ ରୁ ଉର୍ଧ ଶିଶୁଙ୍କୁ ଶ୍ରମ ରୁ ବିରତ କରାଇ ସ୍କୁଲ ରେ ଭର୍ତି କରାଇ ପାରିଛି । ଏହାର ଅନ୍ୟାନ କୃତି ମାନ ହେଲା ୬୭୯୪୮ ଶିଶୁଙ୍କୁ ସ୍କୁଲ ରେ ଭର୍ତି, ୧୯୨୪୭ ଶିଶୁ ମାନଙ୍କୁ ନେଇ ୩୮୭ ଶିଶୁ ସଭା ର ଗଠନ, ୫୨୯୧ ମହିଳା ମାନଙ୍କୁ ସଂଗଠିତ କରି ୪୨୭ ସ୍ୱୟଂ ସହାୟକ ଗୋଷ୍ଟି ର ଗଠନ ଓ ସେମାନଙ୍କ ର ସଶକ୍ତିକରଣ, ୩୪୨୦ ରୁ ଅଧିକ କୃଷକ ମାନଙ୍କୁ ସଂଗଠିତ କରାଇ ୧୭୧ ଟି କୃଷକ ଗୋଷ୍ଟି ର ଗଠନ ଓ ସେମାନଙ୍କୁ ଜୈବିକ ପ୍ରଣାଳୀ ରେ ଚାଷ କରିବା ପାଇଁ ପ୍ରେରିତ କରିବା ଓ ପରିବେଶ ର ସୁରକ୍ଷା ନିମନ୍ତେ ଘରପାଖ ଜାଗା, ସ୍କୁଲ, ଖୋଲା ଜାଗା, ରାସ୍ତା କଡରେ ୮୧୩୧୧୯ ଟି ବୃକ୍ଷ ର ରୋପଣ ଇତ୍ୟାଦି । ଏତତ୍‍ ବ୍ୟତିତ ପିକକ୍‍ ବନ୍ୟା, ବାତ୍ୟା ଓ ବର୍ତ୍ତମାନ ର କୋଭିଡ୧୯ ପରି ବିପର‌୍ୟୟ ସମୟରେ ଗରିବ ଓ ଅସହାୟ ଲୋକ ମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇ ଥାଏ । ବିଭିନ୍ନ ଅଭିନବ ବିଚାର ଯେପରି ଶ୍ରଦ୍ଧା ଭବନ, ଆଦି ଥେରାପି ସେଣ୍ଟର କୁ ବାସ୍ତବତାର ରୁପଦେଇ ପିକକ୍‍ ନିରବଛିନ୍ନ ଭାବରେ ଶିଶୁ ଅଧିକାର ର ସୁରକ୍ଷା ପାଇଁ ସର୍ବଦା ତତ୍ପର ରହି ଆସିଛି ।
୩୦ ବର୍ଷ ର ପୂର୍ତ୍ତି ଅବସରରେ ପିକକ୍‍ ଅନ୍ୟାନ ବିଭିନ୍ନ ପ୍ରକାରର କାର‌୍ୟ୍ୟକ୍ରମ ର ଆୟୋଜନ ମଧ୍ୟ କରିଥିଲା ଯଥା ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ କୁ ପିପିଇ କିଟ ପ୍ରଦାନ, ମହାତ୍ମା ଗାନ୍ଧୀ ଏକାଡେମୀ ରେ ବୃକ୍ଷ ରୋପଣ ଏବଂ ଏହାର ସମସ୍ତ ଶୁଭାକାଂକ୍ଷୀ ଯଥା ଶିଶୁ, ଗୋଷ୍ଟି ସଂସ୍ଥା, ପୂର୍ବତନ ଓ ବର୍ତମାନ ର କର୍ମଚାରୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ପାର୍ଟନର, କମୁନିଟିରେ କାମ କରୁଥିବା ସ୍ବେଛାସେବୀ ଇତ୍ୟାଦି ମାନଙ୍କୁ ନେଇ ଫେସବୁକ୍‍ ଲାଇଭ ର ଆୟୋଜନ।
ଫେସବୁକ ଲାଇଭ ପ୍ରୋଗ୍ରାମ ରେ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ଶିଶୁ ସଭା ଫୋରମ ର ମିଲୋନି ମିଶ୍ର ପିକକ୍‍ କୁ ଶୁଭେଛା ଜଣାଇଥିଲେ । ଶୁଶ୍ରୀ ଶୈଲାନି ସୁମନ ଙ୍କ ସହୟତାରେ ଶ୍ରୀନିବାସ ଘଟୁଆରି (ମିଲନ୍) ପିକକ୍‍ ର ଫେସବୁକ ଲାଇଭ ପ୍ରୋଗ୍ରାମ ର ସଂଯୋଜନା, କରିଥିଲେ। ପିକକ୍‍ ର ଏହି ୩୦ ବର୍ଷ ପୂର୍ତ୍ତି ଅବସରରେ ହେଉଥିବା କାର‌୍ୟ୍ୟକମ କୁ କୋଭିଡ ଯୋଦ୍ଧା ମାନଙ୍କୁ ସମର୍ପିତ କରାଯାଇ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking