33.1 C
Bhubaneswar
Monday, May 6, 2024
Homeଓଡିଶାରାଜ୍ୟର ସମସ୍ତ ଦେବାଦେବୀଙ୍କ ମନ୍ଦିର ଖୋଲି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ଅଧ୍ୟାଦେଶ...

ରାଜ୍ୟର ସମସ୍ତ ଦେବାଦେବୀଙ୍କ ମନ୍ଦିର ଖୋଲି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ଅଧ୍ୟାଦେଶ ଆଣି ପଦକ୍ଷେପ ନିଅନ୍ତୁ – ନିରଞ୍ଜନ*

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅଧ୍ୟାଦେଶ ଆଣିଛନ୍ତି, ଠିକ୍ ସେହିପରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ଧର୍ମପରାୟଣ ବ୍ୟକ୍ତିବିଶେଷମାନେ ମାସ ମାସ ଧରି କେନ୍ଦୁଝରର ମା’ତାରିଣୀ ମନ୍ଦିର, କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର, ରାୟଗଡାର ମା’ମଝିଘରିଆଣୀ ମନ୍ଦିର, ଜଗତସିଂହପୁରର ମା’ ଶାରଳା ମନ୍ଦିର, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିର, ବଲାଙ୍ଗୀରର ହରିଶଙ୍କର ମନ୍ଦିର, ଯାଜପୁରର ମହାବିନାୟକ ମନ୍ଦିର, କାକଟପୁରର ମା’ମଙ୍ଗଳା ମନ୍ଦିର, ବ୍ରହ୍ମଗିରିର ବାବା ଅଲାରନାଥ ମନ୍ଦିର, କଟକର ଶ୍ରୀଧବଳେଶ୍ୱର ମନ୍ଦିର, ବାଙ୍କୀର ମା’ଚର୍ଚ୍ଚିକା ମନ୍ଦିର, ସମ୍ବଲପୁରର ମା’ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ବିରଜା ମନ୍ଦିର, ଗଞ୍ଜାମର ମା’ତାରାତାରିଣୀ ମନ୍ଦିର, ନୟାଗଡର ଶ୍ରୀନୀଳମାଧବଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । କୋଭିଡ୍‌-୧୯ ର ସମସ୍ତ ନୀତି ନିୟମକୁ କଡାକଡି ପାଳନ କରି ଶ୍ରଦ୍ଧାଳୁମାନଙ୍କ ଲାଗି ମନ୍ଦିର ତଥା ଧର୍ମପୀଠଗୁଡିକୁ ଖୋଲିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶ ଆଣି ସୁବ୍ୟବସ୍ଥା କରିବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ପ୍ରକାଶଥାଉକି କେନ୍ଦୁଝରର ମା’ତାରିଣୀଙ୍କ ଦର୍ଶନ ପାଇଁ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆସିଥାନ୍ତି ଓ ବାର୍ଷିକ ପ୍ରାୟ ୫୦ ଲକ୍ଷ ନଡିଆ ଆସିଥାଏ । ସେହିପରି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦର୍ଶନରୁ ବଂଚିତ ହେଉଛନ୍ତି । ପ୍ରକାରନ୍ତେ କୋଟି କୋଟି ଶ୍ରଦ୍ଧାଳୁମାନେ ରାଜ୍ୟର ସମସ୍ତ ଦେବାଦେବୀଙ୍କ ଉପରେ ଭକ୍ତି ରଖି ମଧ୍ୟ ଦର୍ଶନରୁ ବଂଚିତ ହେଉଛନ୍ତି ।
ସରକାର ଲୋକଙ୍କ ଜୀବନ ଜୀବିକା ସହ ଧର୍ମୀୟ ଭାବନାକୁ ସଂପୂର୍ଣ୍ଣ ସୁରକ୍ଷା ଦେବାକୁ ଯତ୍ନଶୀଳ ହେବା ନିମନ୍ତେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking