28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକରୋନା ଭ୍ୟାକ୍ସିନ ନେବା ପରେ ଦେଖାଦେଇପାରେ ଏହି ପାର୍ଶ୍ୱ ପ୍ରତିକ୍ରିୟା

କରୋନା ଭ୍ୟାକ୍ସିନ ନେବା ପରେ ଦେଖାଦେଇପାରେ ଏହି ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଦିନରାତି ଭ୍ୟାକ୍ସିନ ଉପରେ କାମ କରୁଛନ୍ତି । ତେବେ ଏମିତି ପ୍ରଥମଥର ପାଇଁ ହୋଇଛି ଯେଉଁଥିରେ ସଂକ୍ରମଣ ନେଇ ବୈଜ୍ଞାନିକମାନେ ଦୃତଗତିରେ କାମରେ ଲାଗିପଡିଛନ୍ତି । ବର୍ତମାନର ପରିସ୍ଥିତିରେ ଯେଉଁ ଭ୍ୟାକ୍ସିନକୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ କୁହାଯାଉଛି, ତାକୁ ନେଇ ମେଡିସିନ କମ୍ପାନୀ ଏବଂ ଡାକ୍ତରମାନେ ସତର୍କତା ଜାରି କରିଛନ୍ତି ।
କରୋନା ଭ୍ୟାକ୍ସିନ ନେବା ପରେ ଆଲର୍ଜି କିମ୍ବା ଖତରନାକ ସାଇଡ ଇଫେକ୍ଟର ସମ୍ଭାବନା ବଢିଯାଏ । କିଛି ବ୍ୟକ୍ତିଙ୍କ ଶରୀରରେ ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇସାରିଛି । ଆଉ କିଛି କ୍ଷେତ୍ରରେ ଅସାଧାରଣ ପ୍ରତିକ୍ରିୟା ବି ଦେଖିବାକୁ ମିଳିଛି ।
ମଡର୍ଣ୍ଣା ଭ୍ୟାକ୍ସିନ ନେବା ପରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ଜ୍ୱର ଏବଂ ବହୁତ ଜୋରରେ ଥଣ୍ଡା ଲାଗିବା ଭଳି ସମସ୍ୟା ଦେଖାଦେଇଛି । ଭ୍ୟାକ୍ସିନ ନେବାର କିଛି ଘଣ୍ଟା ପରେ ଉକ୍ତ ବ୍ୟକ୍ତିଙ୍କର ୧୦୨ ଡିଗ୍ରୀ ତାପମାତ୍ରାରେ ଜ୍ୱର ରହିଥିଲା । ସେଥିପାଇଁ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିବ । ତେବେ ଶରୀରରେ ଯେତେବେଳେ ଆଣ୍ଟିବଡି ସୃଷ୍ଟି ସେତେବେଳେ ଜଣେ ମଣିଷକୁ ହାଲକା ଭାବରେ ଜ୍ୱର ହୋଇଥାଏ ।
ଖାଲି ଏତିକି ନୁହେଁ, ଭ୍ୟାକ୍ସିନ ନେବା ପରେ ମୁଣ୍ଡ ବିନ୍ଧିବା ମଧ୍ୟ ଏହାର ପାଶ୍ୱର୍ ପ୍ରତିକ୍ରିୟା । ଯାହା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏହାଛଡା ମାନସିକ ଚାପ ବଢିବା, ଚିଡଚିଡା ହେବା, ମୁଡ୍ ସ୍ୱିଂଙ୍ଗ ଭଳି ସମସ୍ୟା ବି ଏହାର ଲକ୍ଷଣ ହୋଇଥାଏ । କୌଣସି ପ୍ରକାର ସଂକ୍ରମଣରେ ୫୦ ପ୍ରତିଶତ ରୋଗୀ ଭ୍ୟାକ୍ସିନ ନେବା ପରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking