29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ

ଭୁବନେଶ୍ୱର,(ଓଏନଏ): ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି କୋର୍ଟ । ଫଳରେ ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଛି । ଏସଆଇଟିର ନାର୍କୋ ଆନାଲିସିସ ଟେଷ୍ଟ ଅପିଲକୁ କୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ ଏସଆଇଟିକୁ ଏକ ଶକ୍ତ ଝଟକା ଲାଗିଛି ବୋଲି କୁହାଯାଇପାରେ । ସୂଚନାଯୋଗ୍ୟ ଯେ , ନୟାଗଡ଼ ଦୁପୁର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ହେବାର ସମ୍ଭାବନା ରହିଥିଲା । ସରୋଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗରେ ସରୋଜ ସତ ନା ମିଛ କହୁଛନ୍ତି ଏହାକୁ ନେଇ ନାର୍କୋ ଆନାଲିସିସ ଟେଷ୍ଟ ହେବ ବୋଲି ଚର୍ଚା ହେଉଥିଲା। ଏହି ଟେଷ୍ଟ ପାଇଁ ଏସଆଇଟି ପକ୍ଷରୁ ପସ୍କୋ ଅଦାଲତରେ ଆବେଦନ କରାଯାଇଥିଲା । ସେଟେ ସରୋଜକୁ ନାବଳକ ଭାବେ ଗ୍ରହଣ କରିବାକୁ କୋର୍ଟରେ ଆବେଦନ କରିଥିଲେ ତାଙ୍କ ଓକିଲ । ସରୋଜର ଜନ୍ମ ପ୍ରମାଣ ପତ୍ର ଅନୂସାରେ ଏହି ଆବେଦନ କରାଯାଇଥିଲା ।  ଗତକାଲି ସରୋଜ କୋର୍ଟରେ ହାଜର ହେବା ସମୟରେ ନିଜକୁ ନିର୍ଦୋଷ ବୋଲି କହିଥିଲେ ଓ ହତ୍ୟା ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ଏସାଆଇଟି ତାଙ୍କୁ ମାଡ଼ ମାରୁଛି ବୋଲି ମଧ୍ୟ ଗଣମାଧ୍ୟମକୁ କହିଥିଲେ ସରୋଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking