33.1 C
Bhubaneswar
Friday, April 26, 2024
Homeଓଡିଶାସ୍କୁଲରେ ତାଲା ପକାଇଲେ ଅଭିଭାବକ

ସ୍କୁଲରେ ତାଲା ପକାଇଲେ ଅଭିଭାବକ

କୋଲନରା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ସୂରୀ ଗ୍ରାମ ପଞ୍ଚାୟତ ସଦର ଠାରେ ଥିବା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ୍‌ରେ ଅଭିଭାବକମାନେ ତାଲା ପକାଇ ସ୍କୁଲ୍ ବନ୍ଦକରିଦେଇଛନ୍ତି । ସେମାନଙ୍କର ଅଭିଯୋଗ ହେଲା ଯେ, ଉକ୍ତ ସ୍କୁଲରେ ୧ମଶ୍ରେଣୀରୁ ୮ମଶ୍ରେଣୀ ଯାଏଁ ୫୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ତେବେ ଏମାନଙ୍କୁ ପଢ଼ାଇବା ପାଇଁ ମୋଟ ୫ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ପ୍ରତିଦିନ ସମସ୍ତେ ସ୍କୁଲ୍‌ରେ ନଥାନ୍ତି । କେବେ କେବେ ୩ଜଣ ନଚେତ୍ ୨ଜଣ ଶିକ୍ଷକ ରହିଥାନ୍ତି । ଶିକ୍ଷକମାନେ ଠିକ୍‌ସମୟରେ ସ୍କୁଲକୁ ଆସୁନାହାନ୍ତି । ଏପରିକି ଠିକ୍ ଭାବେ ପାଠ ମଧ୍ୟ ପଢ଼ାଉନାହାନ୍ତି । ଯାହାଫଳରେ ପିଲାମାନେ ପଣିକିଆ, ଗଣିତ, ଇଂରାଜୀ ଏପରିକି କୌଣସି ପଦ ଡାକିଲେ ମଧ୍ୟ ଲେଖିପାରୁନାହାନ୍ତି । ସେହିପରି ଶ୍ରେଣୀ ଗୃହରେ ଥିବା କଳାପଟାରେ ଲେଖାହୋଇଥିବା ବାର, ତାରିଖ, କେଉଁ ବିଷୟରେ ପଢ଼ାଗଲା ତହା ମଧ୍ୟ ବର୍ଷ ବର୍ଷ ଧରି ଲିଭାଯାଉନି । ସାରଣୀ ମଧ୍ୟ ପରିବର୍ତ୍ତନ ହେଉନି । ଏଭଳି ଅଭିଯୋଗ କରି ଅଭିଭାବକମାନେ ଗତକାଲି ବୈଠକକୁ ପ୍ରତ୍ୟଖାନ କରି ସ୍କୁଲ୍‌ରେ ତାଲାପକାଇଦେଇଥିଲେ ।
ଏସମ୍ପର୍କରେ ସ୍କୁଲ ସଭାପତି ଆଲୁପ୍ରକାଶ ରାଓଙ୍କୁ ପଚାରିବାରୁ ସେ ଅଭିଭାବକଙ୍କ ଅଭିଯୋଗ ସତ ବୋଲି କହିଛନ୍ତି । ଶିକ୍ଷକମାନେ ପାଳିକରି ସ୍କୁଲକୁ ଆସୁଛନ୍ତି । ଦୈନିକ ୨/୩ଜଣ ଶିକ୍ଷକ ଅନୁପସ୍ଥିତ ରହୁଛନ୍ତି । ପିଲାମାନଙ୍କୁ ପାଠପଢ଼ାଇବାରେ କିଛି ବିଶୃଙ୍ଖଳା ହେଉଛି ଯାହା ଦ୍ୱାରା ଛାତ୍ରଛାତ୍ରୀଙ୍କର ସ୍କୁଲଯିବାକୁ ଆଗ୍ରହ କମିଯାଉଛି । ଶିକ୍ଷକମାନେ ସରକାରୀ ନିୟମକୁ ବେଖାତିର କରି ଘଣ୍ଟା ଘଣ୍ଟା ବାରଣ୍ଡାରେ ମୋବାଇଲରେ କଥା ହେଉଛନ୍ତି । ମଧ୍ୟାହ୍ନଭୋଜନ ଖୋଲାଆକାଶ ତଳେ ରନ୍ଧାଯାଉଛି । ଛାତ୍ରଛାତ୍ରୀ ଶୌଚାଳୟ ବ୍ୟବହାର କରିପାରୁନାହାନ୍ତି । ସେଠାରେ ଗୋଟିଏ ଭଲ ଟଏଲେଟ୍ ଅଛି ଯେଉଁଠି ଶିକ୍ଷକମାନେ ତାଲାପକାଇ ରୁମ ବନ୍ଦକରି ରଖିଛନ୍ତି । ବିଶୃଙ୍ଖଳା ଆଜିର ନୁହେଁ । ତେଣୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଦାବିକରି ତାଲା ପକାଇଦେଇଥିଲେ ଅଭିଭାବକଗଣ । ଖବରପାଇ ବିଇଓ ଏମ୍ ଖଗେଶ୍ୱର ରାଓ ସ୍କୁଲରେ ପହଞ୍ôଚ ଅଭିଭାବକମାନଙ୍କ ସହ ଆଲୋଚନା କରି୧୫ଦିନ ମଧ୍ୟରେ ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ତୁରନ୍ତ ଏହାର ସମାଧନା ନହୁଏ ତେବେ ପୁଣି ସେମାନେ ସ୍କୁଲରେ ତାଲାପକାଇଦେବେ ବୋଲି ଅଭିଭାବକ ସ୍ରିଷ୍ଟି ତ୍ରିନାଥ, ଲାଙ୍କା ରମେଶ, ଶଙ୍କର କଣ୍ଡାଗରି, ମାଣ୍ଡାଙ୍ଗି ବାବୁରାଓ, ଜାଗୁ ଲୋଡ଼ି ହିମିରିକା, କୁମାରୀ କଣ୍ଡାଗରୀ, ଲକ୍ଷ୍ମୀ ପିବାକା ପ୍ରମୁଖ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking