36.7 C
Bhubaneswar
Tuesday, April 16, 2024
Homeଅପରାଧଟିଫିନ୍ ବୋମା ଉଦ୍ଧାର ଘଟଣା : ୨ ଗିରଫ

ଟିଫିନ୍ ବୋମା ଉଦ୍ଧାର ଘଟଣା : ୨ ଗିରଫ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସରଗୁଲି (ଡିଏନକେ)ଠାରେ ଉଦ୍ଧାର ହୋଇଥିବା ଟିଫିନ୍‍ ବୋମା ଘଟଣାରେ ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କୁମୁଲି ଗ୍ରାମର ପ୍ରଭାତ ରାୟ ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲା ବଲେଙ୍ଗା ଠାରେ ଥିବା ଆର୍‍.ବି କ୍ରସର୍‍ କମ୍ପାନୀରେ କାମ କରୁଥିଲେ । ଉକ୍ତ କ୍ରସର୍‍ରେ ପଥର ଫଟାଇବା ପାଇଁ ବ୍ୟବହାର କରାଯାଉଥିବା ବିସ୍ଫୋରକ ମଧ୍ୟରୁ କିଛି ବିସ୍ଫୋରକ ସେହି କମ୍ପାନୀରେ କାମ କରୁଥିବା ରାଜ ପଟେଲ ନାମକ ଜଣେ ସୁପରଭାଇଜରଙ୍କ ଠାରୁ ଆଣି ରାଇଘର ପହଞ୍ôଚ ଥିଲେ । ଗତ ବର୍ଷ ଅକ୍ଟୋବର ମାସରେ ସରଗୁଲି ଗ୍ରାମର ସୁଜି ମାଳୀଙ୍କ ଘରେ ବାର୍ ଖୋଲିବା ପାଇଁ ପ୍ରଭାତ ଏହି ବିସ୍ଫୋରକ ଆଣିଥିଲେ । କିନ୍ତୁ ଉକ୍ତ ବିସ୍ଫୋରକ ପାଣିରେ ପଡ଼ିଯିବାରୁ ଏହା ନଷ୍ଟ ହୋଇଯାଇଥିବା ଅନୁମାନ କରି ଏକ ବୁଦାମୂଳରେ ଫୋପାଡ଼ି ଦେଇଥିଲେ । ଖବରପାଇ ଉମରକାଟ ଏସ୍‌ଡିପିଓ ହେମନ୍ତ କୁମରା ପାଢ଼ୀ, ସ୍ଥାନୀୟ ଥାନାଧିକାରୀ ସରିତା ମହାପାତ୍ର ସମେତ କିଛି ପୁଲିସ୍ ଅଧିକାରୀ ଏବଂ ବିଏସଏଫ୍‍ ଯବାନମାନଙ୍କ ଦ୍ୱାରା ଏହି ଟିଫିନ୍‍ ଭରା ବିସ୍ଫୋରକ ଜବତ କରାଯାଇ ଏକ ନିରାପଦ ସ୍ଥାନରେ ବିସ୍ପୋରଣ କରି ନିଷ୍କ୍ରିୟ କରାଯାଇଥିଲା । ବହୁ ତାନାଘନା ପରେ ପୁଲିସ ପ୍ରଶାସନ ଏହି ଘଟଣା ଉପରୁ ପରଦା ହଟାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking