37.1 C
Bhubaneswar
Thursday, March 28, 2024
Homeଓଡିଶାଖୋଲା ଆକାଶ ତଳେ ୫୮ହଜାର କ୍ୱିଣ୍ଟାଲ ଧାନ

ଖୋଲା ଆକାଶ ତଳେ ୫୮ହଜାର କ୍ୱିଣ୍ଟାଲ ଧାନ

ଅମ୍ବାଭୋନା : ବରଗଡ଼ ଜିଲ୍ଲା ସୀମାନ୍ତ ଅମ୍ବାଭୋନାର ଟୋକନ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ଖରିଫ୍ ଧାନ ବିକ୍ରି ସମସ୍ୟା ମୁଣ୍ଡ ଟେକିଛି । ଗୋଟିଏ ପଟେ, ଭୁକ୍ତା ମାର୍କେଟ ୟାର୍ଡରେ ଖୋଲା ଆକାଶ ତଳେ ୫୯୨ଜଣ ଚାଷୀଙ୍କ ୫୭,୭୨୯ କ୍ୱିଣ୍ଟାଲ ଧାନ ଟ୍ୟାଗ୍ ସମସ୍ୟା ଏବଂ ଟୋକନ୍ ଅବଧି ସମସ୍ୟା ଯୋଗୁ ଧାନ ବିକ୍ରି ହୋଇନପାରି ପଡ଼ିରହିଥିବା ବେଳେ ଅନ୍ୟପଟେ ୮୪୯ ଜଣ ଚାଷୀଙ୍କ ୫୦ ହଜାର କ୍ୱିଣ୍ଟାଲ ଧାନ ଖଳାରେ ଗଦା ହୋଇରହିଛି । କଣ୍ଡପଲା ଭୁକ୍ତା ଏବଂ ଲଖନପୁର ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ପାଇଁ ପ୍ରଶାସନର ନିର୍ଦ୍ଦେଶକ ରହିଛି । କଣ୍ଡପଲା ପେକ୍ସରେ ୨୪୦୪ ଜଣ ଚାଷୀଙ୍କ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ହୋଇଥିବାବେଳେ ଏଯାଏଁ ୧୯୪୧ ଜଣ ଚାଷୀଙ୍କ ୧ଲକ୍ଷ ୩୯ ହଜାର ୩୯୩ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇପାରିଛି । ୪୬୩ ଜଣ ଚାଷୀ ଟୋକନ ପାଇପାରିନଥିବା ଜଣାପଡ଼ିଛି । ସେହିପରି ଭୁକ୍ତ ପେକ୍ସ ଏବଂ ଅମ୍ବାଭୋନା କ୍ରୟକେନ୍ଦ୍ରରେ ମୋଟ ୨୬୩୧ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବାବେଳ ଏଯାଏଁ ୫୨୦ଜଣ ଚାଷୀଙ୍କ ୨୬,୦୭୦ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇପାରିଛି । ୩୮୬ଜଣ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ଏବଂ ୮ଜଣ ଚାଷୀ ଟୋକନ୍ ପାଇବାରୁ ବଞ୍ଚତ ରହିଛନ୍ତି ।
୨୦୧୯-୨୦ ଆର୍ôଥକ ବର୍ଷରେ ଅମ୍ବାଭୋନା ବ୍ଲକରେ ନଭେମ୍ବର ୩୦ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦେଢ଼ମାସରେ ୧ଲକ୍ଷ ୫୮ହଜାର ୩୯୩ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇପାରିଛି । ଆହୁରି ପାଖାପାଖି ୧ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଭୁକ୍ତ ମାର୍କେଟ୍ ୟାର୍ଡ ଏବଂ ଖଳାରେ ଖୋଲାଆକାଶ ତଳେ ପଡ଼ିରହିଛି । ଟ୍ୟାଗ ସମସ୍ୟାରୁ ମନ୍ଥର ଗତିରେ ଧାନ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ରହିଥିବା ମନ୍ଥରତା, ଟୋକନ ସମସ୍ୟା ଏବଂ ଟ୍ୟାଗ୍ ସମସ୍ୟା ନେଇ ଅମ୍ବାଭୋନା ବ୍ଲକର ସକ୍ରିୟ ଲାଲବାହାଦୂର ଶାସ୍ତ୍ରୀ କୃଷକ ସଂଗଠନର ଭୁକ୍ତା ମାର୍କେଟୟାର୍ଡ ପରିଦର୍ଶନ କରିବାସହ ଅମ୍ବାଭୋନା ତହସିଲଦାର ସହଦେବ କୁମ୍ଭାରଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି ।
ଅମ୍ବାଭୋନା ବ୍ଲକରେ ଧାନବିକ୍ରି ସମସ୍ୟା ନେଇ ବରଗଡ଼ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି । ଆଲୋଚନାରେ ସମ୍ପାଦକ ଶଙ୍କର ଖମାରୀଙ୍କ ସମେତ ଗୁନାରୁ ପଧାନ, ରଥୁ ପଟେଲ, ତଳକ ବୁଧିଆ, ସୁଧୀର ପଧାନ, ହୃଷିକେଶ ପଧାନ, ଶ୍ୟାମଲାଲ ନାଏକ, ଶଶୀଭୂଷଣ ପଧାନ, ଡ଼ ଚିନ୍ତାମଣୀ ପଟେଲ, ଗୌରାଙ୍ଗ ପଧାନ, ଡୋଲାମଣୀ ସା ପ୍ରମୁଖ ଚାଷୀ ପ୍ରତିନିଧି ସାମିଲ ହୋଇଥିଲେ । ଆଗାମୀ ଦିନରେ ଧାନବିକ୍ରି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ କୃଷକ ସଂଗଠନ ମୁଖ୍ୟରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଥିବା ସମ୍ପାଦକ ଶଙ୍କର ଖମାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking