37.1 C
Bhubaneswar
Sunday, April 28, 2024
Homeଓଡିଶାତେଲକୋଇ ଧାନ ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା

ତେଲକୋଇ ଧାନ ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା

 

ତେଲକୋଇ : ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ମଣ୍ଡିରେ ଅନିୟମିତତା ଦେଖା ଦେଇଥିବାବେଳେ କେନ୍ଦୁଝର ଜିଲ୍ଲା ଉପାନ୍ତ ଅଞ୍ଚଳ ତେଲକୋଇ ମଣ୍ଡିରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଦେଇଛି ।ଟୋକନ ପାଇଥିବା ୨୭ ଜଣ ଚାଷୀ ଧାନ ବିକ୍ରି କରିପାରି ନଥିବା ବେଳେ ତେଲକୋଇ ବ୍ଲକ ବିଜେଡି ସଭାପତି ଚଞ୍ଚକତା କରି ଧାନ ବିକ୍ରି କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ୮ ତାରିଖରୁ ଟୋକନ ପାଇଥିବା ୨୭ ଜଣ ଚାଷୀ ଧାନ ବିକ୍ରି କରି ପାରିନଥିବା ବେଳେ ବହୁ ପଛରେ ଟୋକନ ପାଇଥିବା ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ ବିଶ୍ବାଳ ଧାନ ବିକ୍ରି କରିଥିବା ନେଇ ଓଡିଶା ଫୁଡ ପୋଟାଲ ରୁ ଚାଷୀ ମାନେ ଜାଣିବାକୁ ପାଇଛନ୍ତି । ଶ୍ରୀ ବିଶ୍ବାଳ ଙ୍କ ଟୋକନ ନମ୍ବର ୧୦୦୫ ଏବଂ ସେ ଜାନୁଆରୀ ୧୩ ତାରିଖରେ ଧାନ ବିକ୍ରି କରିବା ପାଇଁ ଟୋକନରେ ଉଲ୍ଲେଖ ରହିଥିବାବେଳେ ତାଙ୍କ ଧାନକୁ ମଣ୍ଡିରେ ଜାନୁଆରୀ ୧୩ ତାରିଖରେ କିଣା ଯାଇଥିବା ଜଣାପଡିଛି । ତେବେ ୮ ତାରିଖରୁ ଟୋକନ ପାଇଥିବା ୨୭ଜଣ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିନପାରି ହଇରାଣ ହଳକତ ହେଉଛନ୍ତି।ଲ୍ୟାମ୍ପସ୍ ର ଏମଡି ଓ କର୍ମଚାରୀ ଚଞ୍ଚକତା କରି ଏପରି କରିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି ।ଏସର୍ମ୍ପକରେ ଲ୍ୟାମ୍ପସ୍ ର ଏମଡି ତଥମତ ହୋଇ ପ୍ରତିକ୍ରିୟା ରଖିଛନ୍ତି ଏବଂ କହିଛନ୍ତି ଯିଏ ଯେତେବେଳେ ଆଣିବ ଧାନ କିଣାଯିବ ସନ୍ତୋଷ ବିଶ୍ବାଳ ମିଲ ସହିତ କଥାବାର୍ତ୍ତା କରି ଧାନ ଦେଇଛନ୍ତି।ବାଇଟ୧-ବିଭୂତି ପ୍ରଧାନ, ଚାଷୀ ।ବାଇଟ୨-ଅରୁଣ ପ୍ରଧାନ, ଚାଷୀ ।ବାଇଟ୩-ସାରଙ୍ଗଧର ପ୍ରଧାନ, ଚାଷୀ ।ବାଇଟ୪-କେଶବ ସାହୁ, ଲ୍ୟାମ୍ପସ୍ ଏମଡି, ତେଲକୋଇ । ତେଲକୋଇ ରୁ ଅକ୍ଷୟ ପ୍ରଧାନ, ନ୍ୟୁଜ୭

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking