28.1 C
Bhubaneswar
Monday, May 13, 2024
Homeଓଡିଶାମା'ଛେଉଣ୍ଡ ଶିଶୁକନ୍ୟା ପୃଷ୍ଟିହୀନତା ଶିକାର

ମା’ଛେଉଣ୍ଡ ଶିଶୁକନ୍ୟା ପୃଷ୍ଟିହୀନତା ଶିକାର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚକଳାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ଜଣେ ୮ ମାସ ର ମାଁ ଛେଉଣ୍ଡ ଶିଶୁକନ୍ୟା ପୃଷ୍ଟିହୀନତାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କୁସୁମବାହାଲ ଗ୍ରାମର ରାମ ଜାନୀ ୨ ବର୍ଷ ତଳେ ଚନ୍ଦାହାଣ୍ଡି ବ୍ଲକ୍‌ର ପାଆଝୁରି ଗ୍ରାମର ସମ୍ବରି ଜାନୀକୁ ବିବାହ କରିଥିଲେ । ପରେ କିଛି ମାସ ପରେ ସମ୍ବରି ଗର୍ଭବତୀ ହୋଇଥିଲେ । ଏହି ଖବର ଜାଣିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦୁଃଖ ଘନେଇ ଆସିଲା । ଗତ ବର୍ଷ ଜୁନ ମାସରେ ସମ୍ବରିଙ୍କୁ ପ୍ରସବ ବେଦନା ହୋଇଥିଲା । ତେବେ ସଚେତନତା ଅଭାବ ସହ କୁସୁମବାହାଲ ଗ୍ରାମକୁ ରାସ୍ତା ଶୋଚନୀୟ ଥିବା ହେତୁ ଆମ୍ବୁଲାନ୍ସ ଆସିପାରି ନଥିଲା । ଶେଷରେ ସମ୍ବରି ଘରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ କିଛି ସମସ୍ୟା ଥିବାରୁ ଘରେ ହିଁ ଗୁରୁତର ହୋଇ ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ ଅତି ଦୁଃଖର ସହ କହିଥିଲେ । ସମ୍ବରିର ମୃତ୍ୟୁ ପରେ ୮ ମାସ ହେବ ଶିଶୁ କନ୍ୟାର ଲାଳନ ପାଳନ ୧୫ ବର୍ଷର ପିଉସୀ ମାଗାଇ ଜାନି କରୁଛନ୍ତି । ଆଠ ମାସର ଶିଶୁକୁ ଗାଈ କ୍ଷୀର କିଣି ଦେଉଛନ୍ତି । ଗାଈ କ୍ଷୀର ନମିଳିଲେ ଅମୂଲ କ୍ଷୀର ଦେଉଥିବା କହିଛନ୍ତି । ତେବେ ବୟସ ଅନୁଯାୟୀ ଆଠ ମାସର ଶିଶୁ କନ୍ୟାର ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିବା ଅନୁମାନ କରାଯାଉଛି । ଓଜନ କମ ରହିବା ସହ ହାତ, ଗୋଡ଼ ସରୁ ଥିବା ବେଳେ ମୁଣ୍ଡ ଓ ପେଟ ବଡ଼ ରହିଛି ଯାହା କି ପୃଷ୍ଟିହୀନତା ର ଶିକାର ରହିଥିବା ଅନୁମାନ କରାଯାଉଛି । ତେବେ ପ୍ରଶାସନ ତରଫରୁ ଦୃଷ୍ଟି ଦେବାପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking