32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ଏକ ବିସ୍ଫୋରଣ ଘଟିଛି । ଦୂତାବାସ ବିଲ୍ଡିଂ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ନିକଟରେ ପାର୍କିଂ ହୋଇଥିବା କିଛି କାର୍ କ୍ଷତିଗ୍ରସ୍ତ ହୋଇଛି । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, କେହି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସି ନାହିଁ । ଏହି ଘଟଣା ପରେ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଅବଦୁଲ କଲାମ ରୋଡକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି । ବିଜୟ ଛକରୁ ଦୁଇ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ଦିଲ୍ଲୀ ପୁଲିସ କହିଛି । ବିସ୍ଫୋରଣ ଛୋଟ ଧରଣର ଥିବା ସୂଚନା ମିଳିଛି । ଇସ୍ରାଏଲ ଦୂତାବାସ ଠାରୁ ମାତ୍ର ୧୫୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚିଛନ୍ତି । ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଂଚିଛନ୍ତି । କହିରଖୁଛୁ ଯେ, ଇସ୍ରାଏଲ ଦୂତାବାସ ଏପିଜେ ଅବଦୁଲ କଲାମ ରୋଡରେ ଅବସ୍ଥିତ । ଦମକଳ ବିଭାଗ ଅଧିକାରୀ କହିଛନ୍ତି ଯେ, ସେମାନଙ୍କୁ ସନ୍ଧ୍ୟା ୫.୪୫ରେ ଏନେଇ କଲ ମିଳିଥିଲା । ପରେ ସେମାନେ ଆସି ପହଂଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking